‘କେଜିଏଫ୍‌ -୨’କୁ ନେଇ ଏମିତି କହିଲେ ନିର୍ମାତା

ଫିଲ୍ମ ‘କେଜିଏଫ୍‌ -୨’ ବକ୍ସ ଅଫିସରେ ହିଟ୍‌ ହୋଇଥିବା ବେଳେ ଏହାକୁ ନେଇ ନିର୍ମାତା ରାମ ଗୋପାଳ ବର୍ମା ଅନେକ ଟୁଇଟ୍‌ କରିଛନ୍ତି। ସେ ଫିଲ୍ମକୁ ପ୍ରଶଂସା କରିବା ସହ ଏହା ବଲିଉଡ ପାଇଁ କେବଳ ଗ୍ୟାଙ୍ଗଷ୍ଟର ଫିଲ୍ମ ନୁହେଁ ବରଂ ହରର୍‌ ଫିଲ୍ମ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ଟୁଇଟ୍‌ କରି ଲେଖିଛନ୍ତି, ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ବଲିଉଡ୍‌କୁ ଏହି ଫିଲ୍ମର ଭୟାନକ ସ୍ବପ୍ନ ଦେଖାଯିବ। ରାମ ଗୋପାଳ ଏହା ମଧ୍ୟ ଲେଖିଛନ୍ତି, କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ କେବଳ ବଲିଉଡ ନୁହେଁ ତେଲୁଗୁ ଏବଂ ତାମିଲ ଲୋକ ମଧ୍ୟ ବୁଝୁ ନ ଥିଲେ।

ସେ ଏହା ମଧ୍ୟ ଲେଖିଛନ୍ତି, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭୁଲିଯାଅ। ତାମିଲ ଏବଂ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ କେଜିଏଫ୍‌ ଆସିବା ପର୍ଯ୍ୟନ୍ତ ଗମ୍ଭୀରତାର ସହ ନେଇ ନଥିଲା। ବର୍ତ୍ତମାନ ପ୍ରଶାନ୍ତ ନୀଲ ଏହାକୁ ଓ୍ବାର୍ଲଡ ମ୍ୟାପରେ ରଖିଛନ୍ତି।
ଦ୍ୱିତୀୟ ଟୁଇଟ୍‌ରେ ସେ ଲେଖିଛନ୍ତି, ଯେପରି ରକି ଭାଇ ମୁମ୍ବାଇ ଆସି ଖଳନାୟକଙ୍କୁ ଉଡ଼ାଇ ଦେଲେ, ୟଶ ମଧ୍ୟ ସମସ୍ତ ବଲିଉଡ ଷ୍ଟାରଙ୍କ ଓପନିଂ କଲେକ୍ସନ ଉଡ଼ାଉଛନ୍ତି । ଏହାର ଶେଷ କଲେକ୍ସନ ସ୍ୟାଣ୍ଡେଲଉଡରୁ ବଲିଉଡ ଉପରେ ପରମାଣୁ ବୋମା ପରି ହେବ।

 

Share