ସଲମାନଙ୍କ ମଜା ଉଡ଼ାଇଲେ ରାମଗୋପାଳ ବର୍ମା

ମୁମ୍ବାଇ: ସୋସିଆଲ ମିଡିଆରେ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା ସଲମାନ ଖାନଙ୍କୁ ପରିହାସ କରିଛନ୍ତି। ସଲମାନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସାପ କାମୁଡ଼ିଥିଲା। ଏହା ପରେ ସଲମାନ ପାନଭେଲର ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସାପ ବିଷାକ୍ତ ନ ଥିବାରୁ ଡାକ୍ତରଖାନାରୁ ୬ ଘଣ୍ଟା ପରେ ଡିସ୍‌ଚାର୍ଜ ହୋଇଥିଲେ।

ଏହି ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ମନ୍ତବ୍ୟ ଦେଇଛନ୍ତି। ସେ ଟୁଇଟରରେ ଫଟୋ ଶେୟାର କରିଛନ୍ତି। ଏଥିରେ ଏକ ସାପ ଫଣା ଟେକି ଠିଆ ହୋଇଥିବା ଦେଖିବାକୁ ମିଳିଛି।

ସଲମାନ ମଦ୍ୟପାନ କରି ଗାଡ଼ି ଚଳାଇଥିବାର ଅଭିଯୋଗ ହୋଇଥିଲା। ଏହି କାରଣରୁ ଅନେକ ଲୋକ ମଧ୍ୟ ପ୍ରାଣ ହରାଇଥିଲେ। ଯଦିଓ ସଲମାନ ଏସବୁକୁ ଅସ୍ବୀକାର କରିଛନ୍ତି। ସେ କହିଥିଲେ, ତାଙ୍କ ଡ୍ରାଇଭର କାର୍‌ ଚଳାଉଥିଲେ। ବର୍ତ୍ତମାନ ରାମଗୋପାଳ ଏହିସବୁ ଘଟଣାକୁ ନେଇ ଉପହାସ କରି ଏକ ଫଟୋ ପୋଷ୍ଟ କରିଛନ୍ତି।
ଯାହାକୁ ନେଇ ବିବାଦ ଉପୁଜିଛି।

ରାମ ଗୋପାଳ ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଫିଲ୍ମଗୁଡ଼ିକ ବହୁତ ହିଟ୍‌ ହୋଇଥାଏ। ରାମଗୋପାଳ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଟନ୍ତି। ସେ ନିଜ ଫଟୋ ଏବଂ ଭିଡିଓ ଶେୟାର କରିବା ବ୍ୟତୀତ ଅନେକ ସମୟରେ ସାମାଜିକ ପ୍ରସଙ୍ଗରେ ମନ୍ତବ୍ୟ ଦିଅନ୍ତି। ଯାହାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

Share