Categories: ଜାତୀୟ

ରାମ ରହିମଙ୍କୁ ମିଳିଲା ୫୦ ଦିନର ପାରୋଲ

ନୂଆଦିଲ୍ଲୀ,୧୯।୧: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ ପୁଣି ଥରେ ପାରୋଲ ପାଇଛନ୍ତି। ଏଥର ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ମିଳିଛି। ଏହିପରି ଭାବରେ ଗତ ୪ ବର୍ଷ ମଧ୍ୟରେ ନବମ ଥର ରାମ ରହିମଙ୍କୁ ପାରୋଲ ପ୍ରଦାନ କରାଯାଇଛି। ସେ ରୋହତକର ସୁନାରିଆ ଜେଲରେ ରହିଛନ୍ତି। ଯେତେବେଳେ ବି ଡେରା ମୁଖ୍ୟଙ୍କୁ ପାରୋଲ ଦିଆଯାଏ, ସେତେବେଳେ ହରିୟାଣା ସରକାର ବିରୋଧୀଙ୍କ ଆକ୍ରମଣର ଶିକାର ହୁଅନ୍ତି। ଚଳିତ ବର୍ଷ ହରିୟାଣାରେ ଅନୁଷ୍ଠିତ ହେବାକୁ ଥିବା ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ସହିତ ରାମ ରହିମଙ୍କ ପାରୋଲ ସହ ଜଡିତ ଅଛି।
ସୂଚନାଯୋଗ୍ୟ ଯେ ୨୦୧୭ରେ ରାମ ରହିମଙ୍କୁ ଦୁଇଜଣ ମହିଳା ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୯ରେ ତାଙ୍କ କର୍ମଚାରୀ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବ୍ୟତୀତ ୨୦୨୧ରେ ଡେରା ମୁଖ୍ୟଙ୍କୁ ସାମ୍ବାଦିକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Share