Categories: ଜାତୀୟ

ଲୋକ ସଭା ନିର୍ବାଚନର ୬ ମାସ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ,୧୮ ।୩: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସହ ଜଡିତ ଏକ ପଦାଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମୟ ସୀମା ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି ।
ରାମ ଜନ୍ମଭୂମୀ ଟ୍ରଷ୍ଟ କାର୍ଯ୍ୟାଳୟର ପ୍ରଭାରି ପ୍ରକାଶ କୁମାର ଗୁପ୍ତା ମିଡିଆକୁ କହିଛନ୍ତି ଯେ, ଆମକୁ ପୁରା ବିଶ୍ୱାସ ରହିଛି ଯେ ମନ୍ଦିରର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଶେଷ ହୋଇଯିବ, ସେଥିପାଇଁ ଆମେ ଡିସେମ୍ବର ୨୦୨୩ ବଦଳରେ ଏହାକୁ ପୂରଣ କରିବାକୁ ସେପ୍ଟେମ୍ବର ୨୦୨୩ ସମୟ ସୀମା ନିର୍ଦ୍ଧାରିତ କରିଛୁ । ଏହି ସମୟକୁ ଦେଖିଲେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲୋକ ସଭା ନିର୍ବାଚନର ୬ ମାସ ପୂର୍ବରୁ ଶେଷ ହେବ ।

Share