Categories: ଜାତୀୟ

ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ପ୍ରତିମୂର୍ତ୍ତି ସ୍ଥାପନ

ଅଯୋଧ୍ୟା,୧୮।୭: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରଥମ ମହଲାରେ ପାଞ୍ଚ ବର୍ଷର ଶିଶୁ ରୂପରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପନ କରାଯିବ। ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଚମ୍ପତ ରାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଚମ୍ପତ କହିଛନ୍ତି, ମନ୍ଦିରର ତଳ ମହଲାର କାମ ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ। ଏହା ପରେ କେବଳ ଅନ୍ତିମ ସ୍ପର୍ଶ ରହିବ। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ। ପାଞ୍ଚ ବର୍ଷର ଶିଶୁ ଭାବରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ରାମ ମନ୍ଦିରର ପ୍ରଥମ ମହଲାରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି ଏବଂ ଗର୍ଭଗୃହରେ ସ୍ଥାପନ ହେବାକୁ ଥିବା ପ୍ରତିମାକୁ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ସ୍ଥାପନ କରାଯିବ। ବର୍ତ୍ତମାନ ମନ୍ଦିର ନିର୍ମାଣରେ ୩୧ ଲକ୍ଷ ଘନଫୁଟ ଗ୍ରାନାଇଟ, ବଲୁଆ ପଥର ଏବଂ ମାର୍ବଲ ବ୍ୟବହାର କରାଯାଉଛି।

Share