ନୃତ୍ୟ ଗୋପାଳ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୩।୮: ଦେଶରେ କରୋନା ପଜିଟିଭ୍‌ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୪ ଲକ୍ଷରେ ପହଞ୍ଚିିଲାଣି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବେ ଏହା କବଳରେ। ଇତିମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ନୃତ୍ୟ ଗୋପାଳଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ଆଗ୍ରାର ସିଏମ୍‌ଓ ଓ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରିବା ସହ କରୋନା ପରୀକ୍ଷା କରାଇଥିଲେ। ତେବେ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ବର୍ତ୍ତମାନେ ସେ ମଥୁରାରେ ଥିବା ବେଳେ ତାଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି କରାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ନୃତ୍ୟ ଗୋପାଳ, ତାଙ୍କ ସମର୍ଥକ ଓ ଜିଲାପାଳଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଅନ୍ୟପଟେ ନୃତ୍ୟ ଗୋପାଳ କରୋନା ପଜିଟିଭ୍‌ ବାହାରିବା ପରେ ଚିନ୍ତା ବଢ଼ାଇଦେଇଛି। କାରଣ ଅଗଷ୍ଟ ୫ରେ ରାମ ମନ୍ଦିର ଭୂମିପୂଜନ ଓ ଶିଳାନ୍ୟାସ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମଞ୍ଚ ଉପରେ ରହିଥିଲେ। ତେବେ କୁହାଯାଉଛି ନୃତ୍ୟ ଗୋପାଳ ପଜିଟିଭ୍‌ ହେବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କ୍ୱାରାଣ୍ଟାଇନ୍‌ରେ ଯାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ଚର୍ଯ୍ୟ, ହେଲମେଟ ନ ପିନ୍ଧି ଚାଲିବାରୁ ବ୍ୟକ୍ତିଙ୍କର ୩୦୦ ଟଙ୍କା ପୋଲିସ କାଟିଲା ଜୋରିମାନା

ମଧ୍ୟପ୍ରଦେଶ,୧୦।୧: ମଧ୍ୟପ୍ରଦେଶ ପନ୍ନା ଜିଲାରୁ ଏକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧିଥିବାରୁ ପୋଲିସ...

କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ରାଜି ହେଲେ ହେମନ୍ତ ସୋରେନ

ରାଞ୍ଚି,୧୦।୧: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକ ବୈଠକରେ, ମୁଖ୍ୟମନ୍ତ୍ରୀ...

କିଏ ସେହି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରନ୍ତି, ମୋଦି କହିଲେ ଏବେ ଏମିତି ମୋତେ ଡାକିବାକୁ କେହି…

ନୂଆଦିଲ୍ଲୀ,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଡ୍‌କାଷ୍ଟରେ ତାଙ୍କ ପିଲାଦିନ ଏବଂ ପିଲାଦିନର ବନ୍ଧୁମାନଙ୍କ ବିଷୟରେ କିଛି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ଏବେ...

ଉଦ୍‌ଯାପନୀ ସମାରୋହରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି।...

ଦ୍ୱିତୀୟ ଇନିଂସ ଆରମ୍ଭ କଲେ ରଘୁବର, ସକ୍ରିୟ ରାଜନୀତିକୁ ଫେରିଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ

ରାଞ୍ଚି,୧୦।୧: ସମ୍ପ୍ରତି ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆନୁଷ୍ଠାନିକ ଭାବରେ ସକ୍ରିୟ ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ...

ଦେଶରେ ବଢୁଛି HMPV ସଂକ୍ରମିତଙ୍କ ସଂଖ୍ୟା, ୮ ବର୍ଷର ଶିଶୁଙ୍କ ନମୁନା ପଜିଟିଭ

ହିମ୍ମତନଗର,୧୦।୧: ଦେଶରେ ମାନବ ମେଟାପନ୍ୟୁମୋଭାଇରସ (HMPV) ମାମଲା ନିରନ୍ତର ବୃଦ୍ଧି ପାଉଛି। ଗୁଜୁରାଟର ସାବରକଣ୍ଠାରେ ଜଣେ ୮ ବର୍ଷର ଶିଶୁ HMPV ରେ ସଂକ୍ରମିତ ହୋଇଥିବା...

ୟୁପିରେ ଚାଞ୍ଚଲ୍ୟ: ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

ମିରଟ,୧୦।୧: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ବେଡବକ୍ସରୁ ପୋଲିସ ଜବତ କରିଛି। ଦମ୍ପତିଙ୍କ ସହ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ସରକାର ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହିତ, ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri