ଅଭିନେତା ନକୁଲ ମେହେଟ୍ଟା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବଡେ ଅଛେ ଲଗତେ ହେ ସିଜିନ୍ ୨ରେ ଅଧିକ ଲୋକ ପ୍ରିୟ ହାସଲ କରିଥିବା ନକୁଲ ପ୍ରତ୍ୟେକ ଘରେ ରାମ୍ କପୁର ନାମରେ ବେଶ ପରିଚିତ। ନିକଟରେ ନକୁଲ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନକୁଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ଯାହାକୁ ନେଇ ତାଙ୍କ ପ୍ରଂଶସକ ଖୁବ୍ ଚିନ୍ତାରେ ପଡ଼ିଯାଇଥିଲେ। ପରେ ତାଙ୍କର ଏକ ସର୍ଜରୀ କରାଯାଇଥିଲା, ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତେବେ ସେ ଜୁନ ୮ରୁ ୧୦ ତାରିଖ ମଧ୍ୟରେ କାମକୁ ଫେରିବେ। ଅଭିନେତାଙ୍କୁ ମୁମ୍ବାଇର ସୁଜୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।