Categories: ଜାତୀୟ

ଝଲସୁଛି ରାମନଗରୀ ଅଯୋଧ୍ୟା, ଗିନିଜ୍‌‌ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ଲକ୍ଷ୍ନୌ,୧୪ା୧୧: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି। ଆଜି ରାମନଗରୀର ସୌନ୍ଦର୍ଯ୍ୟ ଢେର୍‌ ଅଧିକ ବଢ଼ିଯାଇଛି। ଅଯୋଧ୍ୟାରେ ଶୁକ୍ରବାର ଦୀପତ୍ସୋବ ପାଳନ କରାଯାଇଥିଲା। ଏଠାରେ ପ୍ରାୟ ୬,୦୬,୫୬୯ ଦୀପ ଜଳାଯାଇଥିଲା। ଏହା ଗିନିଜ୍‌‌ ଓ୍ବାଲର୍‌ଡ ରେକର୍ଡ କରିଛି। ରାମଙ୍କ ନଗରୀରେ ରାମଙ୍କ ଗୁଣଗାନ ଚାଲିଛି। ପୂରା ଅଯୋଧ୍ୟା ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଉଛି। ସରଯୁ ନଦୀ କୂଳରେ ଏକ ବିରାଟ ଶୋ’ର ଆୟୋଜନ କରାଯାଇଥିଲା। ଏହି ଶୋ’ରେ ରାମାୟଣ ପରିବେଷିତ ହୋଇଥିଲା।
ଅଯୋଧ୍ୟାରେ ଚଳିତବର୍ଷ ଧୂମଧାମରେ ଦୀପାବଳି ପାଳନ କରାଯାଉଛି। ଏହି ବର୍ଷ ଏଥିପାଇଁ ସ୍ବତନ୍ତ୍ର ଯେ, କିଛି ଦିନ ପୂର୍ବରୁ ରାମମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ବିଶେଷ ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି।

ସିଏମ୍‌ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆମେ ରାମଙ୍କ ଚରିତ ବିସ୍ତାର କରିଛୁ। ଏହି ବର୍ଷ ୬ ଲକ୍ଷ ଦୀପ ଜଳୁଛି, ଆସନ୍ତା ବର୍ଷ ଏହି ସଂଖ୍ୟା ୭.୫୧ ଲକ୍ଷରେ ପହଞ୍ଚିବାକୁ ଯାଉଛି।
ଏହି ବିଶେଷ ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍‌ ମଧ୍ୟ ଉପସ୍ଥିତ ଥିଲେ। ରାମମନ୍ଦିର ଭିତ୍ତିପ୍ରସ୍ତର ପରେ ପ୍ରଥମଥର ଏଠାରେ ଦୀପାବଳି ପାଳନ କରାଯାଉଛି। ଏହା ଆଧ୍ୟାତ୍ମିକତାର ଶିଖରରେ ପହଞ୍ଚିବାକୁ ବାଧ୍ୟ। ଏହି ମୁହୂର୍ତ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share