ଅଯୋଧ୍ୟା,୨୨।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଖ୍ୟାତନାମା ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ପ୍ରତିକ୍ରିୟା ଆସିଛି। ରାମ ଲାଲାଙ୍କ ମୂର୍ତ୍ତି ନିର୍ମାତା ଅରୁଣ ନିଜକୁ ପୃଥିବୀର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଅନୁଭବ କରୁଥିବା ସୋମବାର ପ୍ରକାଶ କରିଛନ୍ତି।
ଭଗବାନ ରାମ ହିଁ ତାଙ୍କୁ ମୂର୍ତ୍ତି ନିର୍ମାଣ ପାଇଁ ଚୟନ କରିଥିଲେ ବୋଲି ସେ ବିଶ୍ୱାସ କରୁଛନ୍ତି। ସେ ବହୁ ରାତି ଉଜାଗର ରହି ମୂର୍ତ୍ତି ନିର୍ମାଣକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିଥିଲେ। ଯୋଗୀରାଜ ଆହୁରି କହିଛନ୍ତି ଯେ, ଭଗବାନ ରାମ ତାଙ୍କୁ ଓ ତାଙ୍କ ପରିବାରକୁ ସବୁ ବିପଦରୁ ଘଣ୍ଟ ଘୋଡ଼ାଇ ଆସିଛନ୍ତି। ରାମ ଲାଲାଙ୍କ ମୂର୍ତ୍ତି ନିର୍ମାଣ ଲାଗି ଯୋଗୀରାଜଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ମନ୍ଦିର ଟ୍ରଷ୍ଟର ନିମନ୍ତ୍ରଣକ୍ରମେ ସେ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ।