Categories: ଜାତୀୟ

ପ୍ରଥମ ଦିନ ରାମଲାଲାଙ୍କୁ ଦାନରେ ମିଳିଛି ୩ କୋଟି ୧୭ ଲକ୍ଷ ଟଙ୍କା, ଆଜିଠୁ ବଦଳିଲା ଦର୍ଶନ ସମୟ

ଅଯୋଧ୍ୟା,୨୫।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଭକ୍ତମାନେ ମନଖୋଲି ଦାନ କରୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ପ୍ରଥମ ଦିନ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ଦେଇ ଏକ ନୂଆ ରେକର୍ଡ କରିଛନ୍ତି। ପ୍ରତିଷ୍ଠା ଦିନ ୧୦ ଦାନ କାଉଣ୍ଟର ଖୋଲାଯାଇଥିଲା। ସେହିଭଳି ଅନ୍‌ଲାଇନ୍‌ରେ ବି ଅନେକ ଭକ୍ତ ଦାନ କରିଥିବା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟିି ଅନିଲ ମିଶ୍ରା କହିଛନ୍ତି।

ତେବେ ଜାନୁଆରୀ ୨୨ରେ ଅଯୋଧ୍ୟାରେ ସାଧାରଣ ଲୋକଙ୍କ ଲାଗି ରାମଲାଲାଙ୍କ ଦର୍ଶନ ବନ୍ଦ ରହିଥିଲା। ପରଦିନ ଜାନୁଆରୀ ୨୩ରେ ଦର୍ଶନ ଆରମ୍ଭ ହେବା ମାତ୍ରେ ସେଠାରେ ଜନସମୁଦ୍ର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଦର୍ଶନର ନୂଆ ସମୟ ଜାରି କରାଯାଇଛି। ଗୁରୁବାରଠାରୁ ସକାଳ ୬ଟାରୁ ରାତି ୧୦ ଟା ଯାଏ ଦର୍ଶନ ଜାରି ରହିବ।

Share