Categories: ଜାତୀୟ

‘ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ’; ପ୍ରାଣ ପ୍ରତିଷ୍ଠା ପରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧: ରାମଲାଲାଙ୍କ ସମର୍ପଣ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ‘ସିୟାବର ରାମଚନ୍ଦ୍ର କି ଜୟ … ଆଜି ଆମର ରାମ ଆସିଗଲେ। ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ,ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ। ଏହି ମୁହୂର୍ତ୍ତ ଅତ୍ୟନ୍ତ ଅଲୌକିକ ଓ ପବିତ୍ର। ଶହ ଶହ ବର୍ଷର ଅପେକ୍ଷା ପରେ ଆମର ରାମ ଆସିଛନ୍ତି। ବଳିଦାନ ଏବଂ ଅନୁତାପ ପରେ ଆମର ରାମ ଆଯୋଧ୍ୟାରେ ପହଞ୍ଚିଛନ୍ତି।

୨୨ ଜାନୁଆରୀ ୨୦୨୪ ର ଏହି ସୂର୍ଯ୍ୟ ଏକ ନୂତନ କିରଣ ଆଣିଛି। ସେ କହିଛନ୍ତି ଯେ ସେ ବହୁତ କିଛି କହିବାକୁ ଚାହାଁନ୍ତି, କିନ୍ତୁ ତାଙ୍କ ଗଳା ଅବରୋଧ ହୋଇଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ “ଆଜି ମୁଁ ମଧ୍ୟ ପ୍ରଭୁ ଶ୍ରୀ ରାମଙ୍କୁ କ୍ଷମା ମାଗୁଛି। ଆମର ପ୍ରୟାସ, ବଳିଦାନ ଏବଂ ଅନୁତାପରେ କିଛି ଅଭାବ ରହିଯାଇଥିଲା ଯାହା ଏତେ ଶତାବ୍ଦୀ ଧରି ଆମେ କରି ପାରିଲୁ ନାହିଁ। ଆଜି ଏହି କାର୍ଯ୍ୟ ସମାପ୍ତ ହୋଇଛି। ମୋର ବିଶ୍ୱାସ ଯେ ଭଗବାନ ଶ୍ରୀ ରାମ ଆଜି ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ … ”

Share