ରାମ ମନ୍ଦିର ଶୁଣାଣିବେଳେ ପ୍ଲା କାର୍ଡ ଧରି କୋର୍ଟରେ ପହଞ୍ଚିଥିଲା ମାଙ୍କଡ, ଜଜ୍‌ ଦେଖି…

ନୂଆଦିଲ୍ଲୀ,୧୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ଉତ୍ସବମୁଖର ସାରା ଦେଶ। ଏହାକୁ ନେଇ ସମ୍ପ୍ରତି ସ୍ଥିତିରେ ଯେତିକି ଜଟିଳ ହେଉଛି ରାଜନୀତି ତେବେ ଏହାର ଇତିହାସ ମଧ୍ୟ ସେତିକି ରୋଚକ ରହିଛି। ଏହାରି ଭିତରେ ଧୀରେଧୀରେ ରାମ ମନ୍ଦିର ଇତିହାସକୁ ନେଇ ଆସୁଛି ଚମକାଇଲା ଭଳି କାହାଣୀ। ରାମ ମନ୍ଦିର ପାଇଁ କେବଳ ମଣିଷ ନୁହେଁ ପଶୁମାନେ ମଧ୍ୟ କରିଥିଲେ ସଂଗ୍ରାମ। ଏବେ ଆପଣଙ୍କୁ ରାମ ମନ୍ଦିର ଶୁଣାଣିରେ ଏମିତି ଏକ କାହାଣୀ ଶୁଣାଇବୁ ଯାହାକୁ ପଢିଲେ ଆପଣ ତାଜୁବ ହୋଇଯିବେ।

ରାମୟାଣରେ ବର୍ଣ୍ଣିତ ଅଛି ଯେ, ରାମଙ୍କର ବାହାନ ହେଉଛନ୍ତି ହନୁମାନ। ସେହିଦୃଷ୍ଟିରୁ ଆମେ ମାଙ୍କଡଙ୍କୁ ମଧ୍ୟ ରାମଙ୍କ ବାହାନ ବୋଲି କହିଥାଉ। ଶ୍ରୀରାମ,ସୀତା ଓ ଲକ୍ଷ୍ମଣଙ୍କ ସହ ହନୁମାନଙ୍କ ଯୁଗଳ ମୂର୍ତ୍ତି ସବୁ ମନ୍ଦିରରେ ପୂଜା ପାଇଥାଏ। ସେହି ରାମଙ୍କ ବାହାନ ହନୁମାନଙ୍କ ଏକ ଅଜବ କାରନାମା ବିଷୟରେ କହିବାକୁ ଯାଉଛୁ।

୧୯୮୬ ପେବୃଆରୀ ୧। ସେଦିନ ସମସ୍ତେ ହିନ୍ଦୁ ସମ୍ପ୍ରଦାୟ ଆଶାରେ ଥିଲେ ରାମ ମନ୍ଦିରକୁ ନେଇ ଆସିବ ବଡ ରାୟ। ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମ ମନ୍ଦିର। ସମସ୍ତଙ୍କର ଆଖି ଥିଲା ଫୌଜାବାଦ ଜିଲା କୋର୍ଟଙ୍କ ନିଷ୍ପତ୍ତି ଉପରେ। ସକାଳୁ ସକାଳୁ କୋର୍ଟ ଆଗରେ ଜମିଥିଲା ପ୍ରବଳ ଭିଡ। ରାୟ ଶୁଣିବାକୁ ଉତ୍ସାହିତ ଥିଲେ ପୋଲିସ ପ୍ରଶାସନ ଠାରୁ ସାଧାରଣ ଜନତା। ସେଠାରେ ଏତେ ଭିଡ ହୋଇଥିଲା ଯେ, ପାଦ ରଖିବାକୁ ବି ଜାଗା ନ ଥିଲା। ହେଲେ ଏତେ ଭିଡ ଭିତରେ ସମସ୍ତଙ୍କର ଆଖି କଳା ମାଙ୍କଡ ଉପରେ ରହିଥିଲା। ଯିଏକି କୋର୍ଟଙ୍କ ରାୟ ଶୁଣିବାକୁ ଅନେକ ସମୟ ଧରି ଅପେକ୍ଷାରେ ରହିଥିଲା। ଗୋଟିଏ ପ୍ଲା କାର୍ଡ ଧରି ମାଙ୍କଡଟି ସେହି ସ୍ଥାନରେ ଘୂରି ବୁଲୁଥିଲା। କୋର୍ଟର ଶୁଣାଣି ଆରମ୍ଭରୁ ଶେଷ ଯାଏଁ ଏହି ମାଙ୍କଡର ବ୍ୟବହାର ଦେଖି ସମସ୍ତେ ଆାଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏମିତି କି, ଏହି କଳା ମାଙ୍କଡଟି କୋର୍ଟର ଜଜ୍‌ ଏ.ଏମ୍‌ ପାଣ୍ଡେଙ୍କ ଘରକୁ ମଧ୍ୟ ଯାଇଥିଲା।

ଘଟଣା ହେଉଛି, ସେହିଦିନ ଅପରାହ୍ନଣ ୪.୪୦ ବେଳକୁ ଜିଲା ଜଜ୍‌ କୃଷ୍ଣ ମୋହନ ପାଣ୍ଡେ ରାୟ ଶୁଣାଇଥିଲେ। ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରେ ନିରବତା ଖେଳି ଯାଇଥିଲା। ରାୟରେ କେ.ଏମ୍‌ ପାଣ୍ଡେ ନିର୍ଦ୍ଦେଶ ଦେଇଥିଲେ ଯେ, ସେହି ବିବାଦୀୟ ମସଜିଦର ତାଲା ଖୋଲାଯାଉ। ତେବେ ପ୍ରଥମରୁ ଶେଷ ଯାଏଁ ରାୟ ଶୁଣିବା ପରେ ମାଙ୍କଡଟି ସ୍ଥାନ ଛାଡି ଚୁପଚାପ୍‌ ପଳାଇ ଥିଲା।
ଏହାପରେ ଯେତେବେଳେ ଜଜ୍‌ କୋର୍ଟ କାର୍ଯ୍ୟ ସାରି ଘରକୁ ଫେରିଲେ ସେ ଦେଖିଥିଲେ ଯେ, ତାଙ୍କ ଦୁଆର ବାରଣ୍ଡାରେ ଗୋଟିଏ କଳାମାଙ୍କଡ ବସିଛି। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ଏମ୍‌ ପାଣ୍ଡେ ତାଙ୍କ ଆତ୍ମଜୀବନୀ ‘voice of conscience’ ରେ ଉଲ୍ଲେଖ କରିଛନ୍ତି।
ଏମ୍‌ ପାଣ୍ଡେ ଆହୁରି କହିଛନ୍ତି, ଶୁଣାଣି ଦିନ ସେହି ହନୁମାଙ୍କଟି ପ୍ଲା କାର୍ଡ ଧରି ଆସିଥିଲା। ମାଙ୍କଡର ଏପରି କାରନାମା ଦେଖି ଲୋକଙ୍କର ବି କୌତୁହଳ ବଢିଥିଲା। ଆଖପାଖରେ ଯାଉଥିବା ଲୋକେ ମାଙ୍କଡଟିକୁ କଦଳୀ ଓ ଅନ୍ୟ ଫଳ ଯାଚିଥିଲେ ହେଲେ ମାଙ୍କଡଟି କିଛି ଖାଉ ନ ଥିଲା କି ଛୁଉଁ ବି ନଥିଲା। ଚୁପଚାପ ଗୋଟିଏ ସ୍ଥାନରେ ପ୍ଲା କାର୍ଡ ଧରି ବସିଥିଲା। ଶୁଣାଣି ଶେଷରେ ରାୟ ଦେବା ପରେ ସେଠାରୁ ସେ ଚାଲି ଯାଇଥିଲା। ହେଲେ ମୋ ପଛେପଛେ ସେ ଘର ପର୍ଯ୍ୟନ୍ତ ବି ଆସିଯାଇଥିଲା। ଘର ବାରଣ୍ଡାରେ ତାକୁ ଦେଖି ମୁଁ ପ୍ରଣାମ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପିଦାଉ,୨୯ା୩: ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା...

ହୁ ହୁ ହୋଇ ବଢୁଛି ସୁନା ଦର: ୯୨ ହଜାର ଟପିଲା

ନୂଆଦିଲ୍ଲୀ,୨୯ା୩:ସୁନା ଦର ଶୁକ୍ରବାର ୧୦ ଗ୍ରାମ୍‌ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର...

ପ୍ରଥମେ ପ୍ରେମିକା, ପରେ ନିଜକୁ ଗୁଳି ମାରି ଟଳିପଡ଼ିଲେ ପ୍ରେମିକ; ଖେଳିଗଲା ଚାଞ୍ଚଲ୍ୟ

ପାଟନା,୨୮।୩: ବିହାରର ପାଟନାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି...

ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ସେବା ଦେୟ ଦାବି କରିପାରିବ ନାହିଁ

ନୂଆଦିଲ୍ଲୀ,୨୮ା୩(ପି.ଟି.):ଖାଦ୍ୟ ବିଲ୍‌ ଉପରେ ସେବା ଦେୟ ପୈଠ କରିବା ସ୍ବେଚ୍ଛାକୃତ। ଗ୍ରାହକଙ୍କ ଉପରେ ରେଷ୍ଟୁରାଣ୍ଟ ଏହି ଦେୟ ଜବରଦସ୍ତ ଲାଗୁ କରିପାରିବ ନାହିଁ ବୋଲି ଦିଲ୍ଲୀ...

ଅନଶନ ଭାଙ୍ଗିଲେ କୃଷକ ନେତା ଡାଲଓ୍ବୋଲ

ନୂଆଦିଲ୍ଲୀ,୨୮ା୩: କୃଷକମାନଙ୍କ ବିଭିନ୍ନ ଦାବି ନେଇ ୧୨୩ ଦିନ ହେଲା ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲ ଶୁକ୍ରବାର ସକାଳେ ପାଣି ପିଇ...

କମେଡିଆନ୍‌ କୁନାଲଙ୍କୁ ମିଳିଲା ଆଗୁଆ ଅନ୍ତରୀଣ ଜାମିନ

ଚେନ୍ନାଇ,୨୮ା୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଥଟ୍ଟା କରି ବିବାଦର ସମ୍ମୁଖୀନ ହୋଇଥିବା ଷ୍ଟାଣ୍ଡିଂ କମେଡିଆନ୍‌ କୁନାଲ କାମ୍‌ରାଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଆଗୁଆ ଅନ୍ତରୀଣ...

ଯାହାଙ୍କ ସାକ୍ଷ୍ୟ ଯୋଗୁ ଚାଲିଯାଇଥିଲା ଇନ୍ଦିରା ଗାନ୍ଧୀଙ୍କ ପଦ, ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣଙ୍କ ପରଲୋକ 

ଲକ୍ଷ୍ନୌ,୨୮।୩: ଦେଶର ସବୁଠାରୁ ପ୍ରତିଷ୍ଠିତ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଭିଆଇପି ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କର...

Bengaluru Suitcase Murder: ପତ୍ନୀଙ୍କୁ ହତ୍ୟା, ଖଣ୍ଡ ଖଣ୍ଡ କରି ସୁଟକେସରେ ରଖି ଶାଶୁ-ଶ୍ୱଶୁରଙ୍କୁ କରିଥିଲେ ଫୋନ୍‌, ଏବେ ପୋଲିସ ଖୋଲିଲା…

ବେଙ୍ଗାଲୁରୁ,୨୮।୩: ବେଙ୍ଗାଲୁରୁରେ ଏକ ସୁଟକେସରୁ ମିଳିଥିବା ୩୨ ବର୍ଷୀୟା ମହିଳାଙ୍କ ସ୍ବାମୀଙ୍କୁ ମୁଖ୍ୟ ସନ୍ଦିଗ୍ଧ ବୋଲି ବିବେଚନା କରି ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image