ନୂଆଦିଲ୍ଲୀ,୧୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ଉତ୍ସବମୁଖର ସାରା ଦେଶ। ଏହାକୁ ନେଇ ସମ୍ପ୍ରତି ସ୍ଥିତିରେ ଯେତିକି ଜଟିଳ ହେଉଛି ରାଜନୀତି ତେବେ ଏହାର ଇତିହାସ ମଧ୍ୟ ସେତିକି ରୋଚକ ରହିଛି। ଏହାରି ଭିତରେ ଧୀରେଧୀରେ ରାମ ମନ୍ଦିର ଇତିହାସକୁ ନେଇ ଆସୁଛି ଚମକାଇଲା ଭଳି କାହାଣୀ। ରାମ ମନ୍ଦିର ପାଇଁ କେବଳ ମଣିଷ ନୁହେଁ ପଶୁମାନେ ମଧ୍ୟ କରିଥିଲେ ସଂଗ୍ରାମ। ଏବେ ଆପଣଙ୍କୁ ରାମ ମନ୍ଦିର ଶୁଣାଣିରେ ଏମିତି ଏକ କାହାଣୀ ଶୁଣାଇବୁ ଯାହାକୁ ପଢିଲେ ଆପଣ ତାଜୁବ ହୋଇଯିବେ।
ରାମୟାଣରେ ବର୍ଣ୍ଣିତ ଅଛି ଯେ, ରାମଙ୍କର ବାହାନ ହେଉଛନ୍ତି ହନୁମାନ। ସେହିଦୃଷ୍ଟିରୁ ଆମେ ମାଙ୍କଡଙ୍କୁ ମଧ୍ୟ ରାମଙ୍କ ବାହାନ ବୋଲି କହିଥାଉ। ଶ୍ରୀରାମ,ସୀତା ଓ ଲକ୍ଷ୍ମଣଙ୍କ ସହ ହନୁମାନଙ୍କ ଯୁଗଳ ମୂର୍ତ୍ତି ସବୁ ମନ୍ଦିରରେ ପୂଜା ପାଇଥାଏ। ସେହି ରାମଙ୍କ ବାହାନ ହନୁମାନଙ୍କ ଏକ ଅଜବ କାରନାମା ବିଷୟରେ କହିବାକୁ ଯାଉଛୁ।
୧୯୮୬ ପେବୃଆରୀ ୧। ସେଦିନ ସମସ୍ତେ ହିନ୍ଦୁ ସମ୍ପ୍ରଦାୟ ଆଶାରେ ଥିଲେ ରାମ ମନ୍ଦିରକୁ ନେଇ ଆସିବ ବଡ ରାୟ। ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମ ମନ୍ଦିର। ସମସ୍ତଙ୍କର ଆଖି ଥିଲା ଫୌଜାବାଦ ଜିଲା କୋର୍ଟଙ୍କ ନିଷ୍ପତ୍ତି ଉପରେ। ସକାଳୁ ସକାଳୁ କୋର୍ଟ ଆଗରେ ଜମିଥିଲା ପ୍ରବଳ ଭିଡ। ରାୟ ଶୁଣିବାକୁ ଉତ୍ସାହିତ ଥିଲେ ପୋଲିସ ପ୍ରଶାସନ ଠାରୁ ସାଧାରଣ ଜନତା। ସେଠାରେ ଏତେ ଭିଡ ହୋଇଥିଲା ଯେ, ପାଦ ରଖିବାକୁ ବି ଜାଗା ନ ଥିଲା। ହେଲେ ଏତେ ଭିଡ ଭିତରେ ସମସ୍ତଙ୍କର ଆଖି କଳା ମାଙ୍କଡ ଉପରେ ରହିଥିଲା। ଯିଏକି କୋର୍ଟଙ୍କ ରାୟ ଶୁଣିବାକୁ ଅନେକ ସମୟ ଧରି ଅପେକ୍ଷାରେ ରହିଥିଲା। ଗୋଟିଏ ପ୍ଲା କାର୍ଡ ଧରି ମାଙ୍କଡଟି ସେହି ସ୍ଥାନରେ ଘୂରି ବୁଲୁଥିଲା। କୋର୍ଟର ଶୁଣାଣି ଆରମ୍ଭରୁ ଶେଷ ଯାଏଁ ଏହି ମାଙ୍କଡର ବ୍ୟବହାର ଦେଖି ସମସ୍ତେ ଆାଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏମିତି କି, ଏହି କଳା ମାଙ୍କଡଟି କୋର୍ଟର ଜଜ୍ ଏ.ଏମ୍ ପାଣ୍ଡେଙ୍କ ଘରକୁ ମଧ୍ୟ ଯାଇଥିଲା।
ଘଟଣା ହେଉଛି, ସେହିଦିନ ଅପରାହ୍ନଣ ୪.୪୦ ବେଳକୁ ଜିଲା ଜଜ୍ କୃଷ୍ଣ ମୋହନ ପାଣ୍ଡେ ରାୟ ଶୁଣାଇଥିଲେ। ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରେ ନିରବତା ଖେଳି ଯାଇଥିଲା। ରାୟରେ କେ.ଏମ୍ ପାଣ୍ଡେ ନିର୍ଦ୍ଦେଶ ଦେଇଥିଲେ ଯେ, ସେହି ବିବାଦୀୟ ମସଜିଦର ତାଲା ଖୋଲାଯାଉ। ତେବେ ପ୍ରଥମରୁ ଶେଷ ଯାଏଁ ରାୟ ଶୁଣିବା ପରେ ମାଙ୍କଡଟି ସ୍ଥାନ ଛାଡି ଚୁପଚାପ୍ ପଳାଇ ଥିଲା।
ଏହାପରେ ଯେତେବେଳେ ଜଜ୍ କୋର୍ଟ କାର୍ଯ୍ୟ ସାରି ଘରକୁ ଫେରିଲେ ସେ ଦେଖିଥିଲେ ଯେ, ତାଙ୍କ ଦୁଆର ବାରଣ୍ଡାରେ ଗୋଟିଏ କଳାମାଙ୍କଡ ବସିଛି। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ଏମ୍ ପାଣ୍ଡେ ତାଙ୍କ ଆତ୍ମଜୀବନୀ ‘voice of conscience’ ରେ ଉଲ୍ଲେଖ କରିଛନ୍ତି।
ଏମ୍ ପାଣ୍ଡେ ଆହୁରି କହିଛନ୍ତି, ଶୁଣାଣି ଦିନ ସେହି ହନୁମାଙ୍କଟି ପ୍ଲା କାର୍ଡ ଧରି ଆସିଥିଲା। ମାଙ୍କଡର ଏପରି କାରନାମା ଦେଖି ଲୋକଙ୍କର ବି କୌତୁହଳ ବଢିଥିଲା। ଆଖପାଖରେ ଯାଉଥିବା ଲୋକେ ମାଙ୍କଡଟିକୁ କଦଳୀ ଓ ଅନ୍ୟ ଫଳ ଯାଚିଥିଲେ ହେଲେ ମାଙ୍କଡଟି କିଛି ଖାଉ ନ ଥିଲା କି ଛୁଉଁ ବି ନଥିଲା। ଚୁପଚାପ ଗୋଟିଏ ସ୍ଥାନରେ ପ୍ଲା କାର୍ଡ ଧରି ବସିଥିଲା। ଶୁଣାଣି ଶେଷରେ ରାୟ ଦେବା ପରେ ସେଠାରୁ ସେ ଚାଲି ଯାଇଥିଲା। ହେଲେ ମୋ ପଛେପଛେ ସେ ଘର ପର୍ଯ୍ୟନ୍ତ ବି ଆସିଯାଇଥିଲା। ଘର ବାରଣ୍ଡାରେ ତାକୁ ଦେଖି ମୁଁ ପ୍ରଣାମ କରିଥିଲି।