ରାମ ଜନ୍ମଭୂମି ଉପରେ ରିଲିଜ୍‌ ହେବ ଫିଲ୍ମ, ନଜର ଆସିବେ ବଲିଉଡର ଦୁଇ ବଡ ତାରକା

ମୁମ୍ବାଇ: ବଲିଉଡରେ ଶ୍ରୀରାମଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଉଛି। ନିକଟରେ ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଶ’ ଫିଲ୍ମ ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ରଣବୀର କପୁରଙ୍କ ‘ରାମାୟଣ’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ତେବେ ଆଉ ଗୋଟିଏ ରାମଙ୍କ ଉପରେ ଫିଲ୍ମ ଆସିବାକୁ ଯାଉଛି। ଯାହାର ପାଁ ରହିଛି ‘ଜନ୍ମଭୂମି’। ବଲିଉଡର ଦୁଇ ବଡ କଳାକାର ଏଥିରେ ନଜର ଆସିବେ। ସଞ୍ଜୟ ଦତ୍ତ ଏବଂ ସନି ଦେଓଲ ଏହି ଫିଲ୍ମରେ ସ୍କ୍ରିନ୍‌ ଶେୟାର୍‌ କରିବେ।

Share