Advertisement
Categories: ଜାତୀୟ

ରାମ ମନ୍ଦର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ଭାଗ୍ୟଶାଳୀ ୧ଲକ୍ଷ ଲୋକଙ୍କୁ ମିଳିବ ସୁଯୋଗ

ଲକ୍ଷ୍ନୌ,୪।୮: ଅଯୋଧ୍ୟାରେ ନିର୍ମିତ ଶ୍ରୀରାମଙ୍କ ମନ୍ଦିର କେବେ ଉଦ୍‌ଘାଟନ କେବେ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହା ସମ୍ଭବତ ଜାନୁୟାରୀ ୨୨ରୁ ୨୪ ମଧ୍ୟରେ ହେବ ବୋଲି ଆଲୋଚନା କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହା ଉଦଘାଟିତ ହେବ। ତେବେ ମନ୍ଦିର କେବେ ଉଦଘାଟନ ହେବ ତାହାର ଅନ୍ତିମ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ନିଆଯିବ। ଏହି କାର୍ଯ୍ୟକ୍ରମରେ ବହୁ ଲୋକ ଅଂଶଗ୍ରହଣ କରିବବେ ବୋଲି ଅନୁମାନ କରାଯାଉଛି। ରାମ ମନ୍ଦିର ଟ୍ରଷ୍ଟ ଅନୁଯାୟୀ, ଉଦଘାଟନୀ କାର୍ଯ୍ୟକ୍ରମରେ ୪ରୁ ୫ଲକ୍ଷ ଲୋକ ଯୋଗ lଦେବାର ସମ୍ଭାବନା ରହିଛି। କିନ୍ତୁ ସର୍ବାଧିକ ଏକ ଲକ୍ଷ ଲୋକ ଅଂଶଗ୍ରହଣ କରିପାରିବେ ବୋଲି ଆମେ ନିଷ୍ପତ୍ତି ନେଇଛୁ।

ଟ୍ରଷ୍ଟ ଅନୁଯାୟୀ, ମନ୍ଦିର ପରିସରରେ ଥିବା ୭୦ଏକର ଜମିରେ ଅତିଥିମାନଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯିବ। ଏଥିପାଇଁ ପ୍ରାୟ ପାଞ୍ଚ ହଜାର ଚେୟାର ବ୍ୟବସ୍ଥା ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share