Categories: ଜାତୀୟ

ରାମ ମନ୍ଦିର ଉଦଘାଟନ ଦେଖିବାକୁ ଜାନୁୟାରୀ ପାଇଁ ଏବେଠାରୁ ହେଉଛି ହୋଟେଲ ବୁକିଂ

ଅଯୋଧ୍ୟା,୨୮।୭: ଅଯୋଧ୍ୟାରେ ୨୦୨୪ ଜାନୁୟାରୀରେ ରାମ ମନ୍ଦିର ଉଦଘାଟନ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସାରା ଦେଶର ଟ୍ରାଭେଲ ଏଜେଣ୍ଟଙ୍କ ନଜର ଅଯୋଧ୍ୟା ଉପରେ ରହିଛି। ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳାରେ ୨୦-୨୬ ଜାନୁୟାରୀ ମଧ୍ୟରେ ବୁକିଂକୁ ନେଇ ସୁନାମୀ ଆସିଛି। କାରଣ ଏହି ସମୟ ଭିତରେ ମନ୍ଦିର ଉଦଘାଟନ ହେବାର ସମ୍ଭାବନା ରହିଛି।

ଅଯୋଧ୍ୟାରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲର ମାଲିକ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି ଯେ ଅଧିକାଂଶ ଅନୁରୋଧ ଟ୍ରାଭେଲ ଏଜେଣ୍ଟମାନଙ୍କଠାରୁ ଆସିଛି, ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର ସମ୍ଭାବନା ଥିବାରୁ ତାଙ୍କୁ ଭେଟିବାକୁ ଥିବା ଭକ୍ତ ନିକଟରେ ଅଧିକ ମୂଲ୍ୟରେ ଭଡା ଦେବା ପାଇଁ ରୁମ ଧରିଛନ୍ତି।
ହୋଟେଲ ମାଲିକ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇବା ଘୋଷଣା ହେବା ପରେ ଅଯୋଧ୍ୟା ବାହାରେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି, ତେଣୁ ବହୁ ସଂଖ୍ୟାରେ ଭକ୍ତ ଆସିବେ ବୋଲି ଆଶା କରାଯାଉଛି।

Share