Categories: ଜାତୀୟ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସ୍ବତନ୍ତ୍ର କ୍ୟୁଆର୍‌ କୋଡ ମାଧ୍ୟମରେ କରିହେବ ପ୍ରବେଶ

ଲକ୍ଷ୍ନୌ,୧୯।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅତ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେବଳ ସେହି ବ୍ୟକ୍ତିମାନେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇ ପାରିବେ ଯେଉଁମାନେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ଦ୍ୱାରା ଆମନ୍ତ୍ରିତ ହୋଇଛନ୍ତି। ଏହା ସହିତ ଏକ ଏଣ୍ଟ୍ରି ପାସ ମଧ୍ୟ ଜାରି କରାଯାଇଛି। ମନ୍ଦିର ପରିସରରେ ପ୍ରବେଶ କେବଳ କ୍ୟୁଆର୍‌ କୋଡ ମାଧ୍ୟମରେ ସମ୍ଭବ ହେବ। ଏହି ଏଣ୍ଟ୍ରି ପାସ ସମ୍ବନ୍ଧରେ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପ୍ରାଣ ପ୍ରତିଷ୍ଠା ଦିନ କେବଳ ନିମନ୍ତ୍ରଣ ଦ୍ୱାରା ରାମ ମନ୍ଦିରରୁ ପ୍ରବେଶ ସମ୍ଭବ ନୁହେଁ କିନ୍ତୁ ଏହା ସହିତ ଦିଆଯାଇଥିବା ପ୍ରବେଶ ପାସ ମଧ୍ୟ ଆବଶ୍ୟକ ହେବ। ଏହି ଏଣ୍ଟ୍ରି ପାସ ଉପରେ ଟ୍ରଷ୍ଟ ଦ୍ୱାରା ଏକ କ୍ୟୁଆର୍‌ କୋଡ ଦିଆଯାଇଛି । ପ୍ରବେଶ ଦ୍ୱାରରେ ଏହି କ୍ୟୁଆର୍‌ କୋଡ ମେଳ ହେଲେ ହିଁ ପ୍ରବେଶ ସମ୍ଭବ ହୋଇପାରିବ।

Share