ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ରାମ ମନ୍ଦିର ସମାରୋହର ଅବସରରେ ଜାନୁଆରୀ ୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ସମସ୍ତ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛି। ଏହିଦିନ ଅନେକ ରାଜ୍ୟ ଛୁଟି ଘୋଷଣା କରି କର୍ମଚାରୀ ମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକ ଅଧା ଦିନ ପାଇଁ ବନ୍ଦ ରହିବ।
ଏହାପୂର୍ବରୁ ଶୁକ୍ରବାର ମହାରାଷ୍ଟ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିରର ସମାରୋହ ପାଳନ ପାଇଁ ଜାନୁଆରୀ 22 ରେ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି। ରିଲାଏନ୍ସ ବ୍ୟତୀତ ଅନ୍ୟ କେତେକ ଘରୋଇ କମ୍ପାନୀ ଏହିଦିନ ଛୁଟି ଘୋଷଣା କରିଛନ୍ତି।
ଡିସେମ୍ବର ତ୍ରୈମାସିରେ ମୋଟ ଲାଭ ୧୯,୬୪୧ କୋଟି ଅର୍ଥାତ ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇବା ପରେ ରିଲାଏନ୍ସ ଦ୍ୱାରା ଏହି ଘୋଷଣା କରାଯାଇଛି। ଏକ ବର୍ଷ ପୂର୍ବେ ସମାନ ତ୍ରୈମାସିରେ କମ୍ପାନୀ ୧୭,୭୦୬ କୋଟି ଟଙ୍କା ଲାଭ କରିଥିଲା।