Posted inଜାତୀୟ

ରାମଲାଲାଙ୍କ ଦର୍ଶନ ପାଇଁ ଆଜି ବି ଅଯୋଧ୍ୟାରେ ଭିଡ, ବଦଳିଲା ଦର୍ଶନ ସମୟ, ଏବେ ଏହି ସମୟରେ କରିପାରିବେ ଦର୍ଶନ

ଅଯୋଧ୍ୟା,୨୭।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଞ୍ଚ ଦିନ ପରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି। ଆଜି ସକାଳେ ଅଯୋଧ୍ୟାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଥଣ୍ଡା ସତ୍ତ୍ୱେ ଦର୍ଶନ ପାଇଁ ଭକ୍ତ ଏଠାରେ ପହଞ୍ଚୁଛନ୍ତି। ପ୍ରଶାସନ ଭକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ରାମଲାଲାଙ୍କ ଦର୍ଶନ କରାଉଛନ୍ତି। ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦ୍‌ଘାଟନ ପରଠାରୁ ରାମଲାଲାଙ୍କୁ ଦେଖିବା ପାଇଁ ଆସୁଥିବା ଭକ୍ତଙ୍କ ସଂଖ୍ୟା ହ୍ରାସ ପାଉନାହିଁ।

ଏଥି ସହିତ, ବହୁ ସଂଖ୍ୟାରେ ଭକ୍ତଙ୍କୁ ଦୃଷ୍ଟିରେ ରଖି ଶ୍ରୀରାମ ଜନ୍ମଭୂମ ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ପ୍ରଭୁ ରାମଙ୍କ ଦର୍ଶନ ଏବଂ ଆରତୀର ସମୟ ବଦଳାଇ ଦେଇଛନ୍ତି, ଯାହା ଦ୍ୱାରା ଅଧିକରୁ ଅଧିକ ଭକ୍ତ ସହଜରେ ପ୍ରଭୁଙ୍କ ଦର୍ଶନ ପାଇପାରିବେ। ବିଶ୍ୱ ହିନ୍ଦୁ ପରିଷଦର ଗଣମାଧ୍ୟମ ଦାୟିତ୍ୱରେ ଥିବା ଶରଦ ଶର୍ମାଙ୍କ ଅନୁଯାୟୀ, ରାମଲାଲାଙ୍କ ମଙ୍ଗଳ ଆରତୀ ସକାଳ ୪.୩୦ ରେ ଏବଂ ଶୃଙ୍ଗାର ଆରତୀ ସକାଳ ୬.୩୦ରେ ଅନୁଷ୍ଠିତ ହେବ। ଏହା ପରେ ଭକ୍ତଙ୍କ ଦର୍ଶନ ସକାଳ ସାତଟାରୁ ଆରମ୍ଭ ହେବ। ସେ କହିଛନ୍ତି , ଭୋଗ ଆରତୀ ମଧ୍ୟାହ୍ନ ୧୨ଟା, ସା ଆରତୀ ସା ୭.୩୦ରେ ଏବଂ ରାତ୍ରୀ ଭୋଗ ୯ ଟା ସମୟରେ ଆୟୋଜିତ ହେବ । ପ୍ରଭୁଙ୍କର ଶୟନ ଆରତୀ ରାତି ୧୦ଟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିନ୍ଦେଙ୍କ ପ୍ରତି କୁନାଲ କମ୍ରାଙ୍କ ବିବାଦୀୟ ମନ୍ତବ୍ୟ: ଦି ହାବିଟାଟ୍‌ ଷ୍ଟୁଡିଓ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ,୨୪ା୩:ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ଶିନ୍ଦେଙ୍କ ପ୍ରତି ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କମ୍ରାଙ୍କ ଅପମାନଜନକ ପରିହାସକୁ ନେଇ ବିବାଦ ଜୋର୍‌ ଧରିଛି। ଏହି...

ଆର୍‌ଏସ୍‌ଏସ୍‌ ଶିକ୍ଷାକୁ ନିୟନ୍ତ୍ରଣ କଲେ ଦେଶ ଧ୍ୱଂସ ହୋଇଯିବ: ରାହୁଲ

ନୂଆଦିଲ୍ଲୀ,୨୪ା୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯଦି ଶିକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନିଏ ତେବେ ଦେଶ ଧ୍ୱଂସ ହୋଇଯିବ ବୋଲି ଲୋକ ସଭାର ବିରୋଧୀ ଦଳ...

8th Pay Commission: ଅଷ୍ଟମ ବେତନ କମିଶନରୁ ବାଦ୍‌ ପଡ଼ିବେ ଏହିସବୁ କର୍ମଚାରୀ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୨୪।୩: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ ମିଳିବା ପରଠାରୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଲକ୍ଷ ଲକ୍ଷ...

‘ଭାରତ ଏକମାତ୍ର ଦେଶ ଯେଉଁଠାରେ ୧୫ ପ୍ରତିଶତ ମହିଳା…’, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ବୟାନ

ଗ୍ୱାଲିୟର,୨୪।୩: ପାଶ୍ଚାତ୍ୟ ଦେଶ ସହିତ ତୁଳନା କରି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଆମେରିକା ଏବଂ ୟୁରୋପ ବ୍ୟତୀତ ଭାରତ ଏକମାତ୍ର ଦେଶ...

ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ମାମଲା: ୪ ସପ୍ତାହରେ ଜବାବ ମାଗିଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ...

ଗ୍ୟାସ ଗୋଦାମରେ ଲାଗିଲା ନିଆଁ,ଏକାଥରେ ଫାଟିଲା ୩୫୦ ସିଲିଣ୍ଡର

ବରେଲି,୨୪।୩: ସୋମବାର ଅପରାହ୍ନରେ ବରେଲିର ବିଥ୍ରି ଚୈନପୁର ଥାନା ଅଞ୍ଚଳର ରାଜୌ ପରସାପୁରରେ ଥିବା ଗ୍ୟାସ ଏଜେନ୍ସି ଗୋଦାମରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଅପରାହ୍ନ...

୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା

ନୂଆଦିଲ୍ଲୀ,୨୪।୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର GDP (ମୋଟ ଘରୋଇ...

ଏମ୍‌ପିଙ୍କ ଦରମା ବୃଦ୍ଧି କଲେ କେନ୍ଦ୍ର ସରକାର: ଏଣିକି ମାସକୁ ମିଳିବ ଏତିକି ଦରମା

ନୂଆଦିଲ୍ଲୀ,୨୪।୩: କେନ୍ଦ୍ର ସରକାର ସୋମବାର ଏମ୍‌ପିଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ୧ ଏପ୍ରିଲ ୨୦୨୩ରୁ ଏମପିମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image