Advertisement
Categories: ଜାତୀୟ

ରାମଲାଲାଙ୍କ ଦର୍ଶନ ପାଇଁ ଆଜି ବି ଅଯୋଧ୍ୟାରେ ଭିଡ, ବଦଳିଲା ଦର୍ଶନ ସମୟ, ଏବେ ଏହି ସମୟରେ କରିପାରିବେ ଦର୍ଶନ

ଅଯୋଧ୍ୟା,୨୭।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଞ୍ଚ ଦିନ ପରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି। ଆଜି ସକାଳେ ଅଯୋଧ୍ୟାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଥଣ୍ଡା ସତ୍ତ୍ୱେ ଦର୍ଶନ ପାଇଁ ଭକ୍ତ ଏଠାରେ ପହଞ୍ଚୁଛନ୍ତି। ପ୍ରଶାସନ ଭକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ରାମଲାଲାଙ୍କ ଦର୍ଶନ କରାଉଛନ୍ତି। ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦ୍‌ଘାଟନ ପରଠାରୁ ରାମଲାଲାଙ୍କୁ ଦେଖିବା ପାଇଁ ଆସୁଥିବା ଭକ୍ତଙ୍କ ସଂଖ୍ୟା ହ୍ରାସ ପାଉନାହିଁ।

ଏଥି ସହିତ, ବହୁ ସଂଖ୍ୟାରେ ଭକ୍ତଙ୍କୁ ଦୃଷ୍ଟିରେ ରଖି ଶ୍ରୀରାମ ଜନ୍ମଭୂମ ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ପ୍ରଭୁ ରାମଙ୍କ ଦର୍ଶନ ଏବଂ ଆରତୀର ସମୟ ବଦଳାଇ ଦେଇଛନ୍ତି, ଯାହା ଦ୍ୱାରା ଅଧିକରୁ ଅଧିକ ଭକ୍ତ ସହଜରେ ପ୍ରଭୁଙ୍କ ଦର୍ଶନ ପାଇପାରିବେ। ବିଶ୍ୱ ହିନ୍ଦୁ ପରିଷଦର ଗଣମାଧ୍ୟମ ଦାୟିତ୍ୱରେ ଥିବା ଶରଦ ଶର୍ମାଙ୍କ ଅନୁଯାୟୀ, ରାମଲାଲାଙ୍କ ମଙ୍ଗଳ ଆରତୀ ସକାଳ ୪.୩୦ ରେ ଏବଂ ଶୃଙ୍ଗାର ଆରତୀ ସକାଳ ୬.୩୦ରେ ଅନୁଷ୍ଠିତ ହେବ। ଏହା ପରେ ଭକ୍ତଙ୍କ ଦର୍ଶନ ସକାଳ ସାତଟାରୁ ଆରମ୍ଭ ହେବ। ସେ କହିଛନ୍ତି , ଭୋଗ ଆରତୀ ମଧ୍ୟାହ୍ନ ୧୨ଟା, ସା ଆରତୀ ସା ୭.୩୦ରେ ଏବଂ ରାତ୍ରୀ ଭୋଗ ୯ ଟା ସମୟରେ ଆୟୋଜିତ ହେବ । ପ୍ରଭୁଙ୍କର ଶୟନ ଆରତୀ ରାତି ୧୦ଟା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share