Categories: ଜାତୀୟ

ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ହେବ ରାମମନ୍ଦିର: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୫।୮: ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ଭାବେ ରାମମନ୍ଦିର ଉଭା ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର କହିଛନ୍ତି। ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବା ପରେ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ରାମମନ୍ଦିରର ଶିଳାନ୍ୟାସ ନେଇ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନ୍ୟାୟସଙ୍ଗତ ଭାବେ ତଥା ସାମାଜିକ ସଦ୍‌ଭାବ ସୃଷ୍ଟି କରି ଏହି ମନ୍ଦିରର ନିର୍ମାଣ କରାଯାଉଛି। ଦେଶବାସୀଙ୍କ ଆସ୍ଥା ଏବଂ ବିଶ୍ୱାସ ଆଧାରରେ ନିର୍ମାଣ ହେଉଥିବା ଏହି ମନ୍ଦିର ରାମରାଜ୍ୟ ପରିକଳ୍ପନାକୁ ସମ୍ଭବ କରାଇବ ବୋଲି ରାଷ୍ଟ୍ରପତି କହିଛନ୍ତି।

Share