ବାଲିମେଳାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଶ୍ରୀରାମ ନବମୀ

କୋରୁକୋଣ୍ଡା, ୩୦।୦୩(ଡି.ଏନ୍‌. ଏ): ମାଲକାନଗିରି ଜିଲା ବାଲିମେଳା ସହରରେ ଗୁରୁବାର ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ଦ୍ୱାରା ବହୁ ଧୁମଧାମରେ ଶ୍ରୀରାମ ନବମୀ ପାଳିତ ହୋଇଛି। ପ୍ରଥମେ ସହରର ୨ ନଂ ୱାର୍ଡ ସ୍ଥିତ ହନୁମାନ ମନ୍ଦିରଠାରୁ ଏକ ବାଇକ ରାଲି ବାହାରି କାଳୀଛକ, ଡ୍ରଗ୍‌ ଲାଇନ, ପାୱାର ହାଉସ ଛକ, ଏବଂ ମାର୍କେଟ ଦେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ଏହି ସମୟରେ ରାମଙ୍କ ଭଜନ ଏବଂ ଯୁବ ଗୋଷ୍ଠୀଙ୍କ ଦାରା ଜୟ ଶ୍ରୀରାମ ସ୍ଲୋଗାନରେ ସମଗ୍ର ସହର କମ୍ପି ଉଠିଥିଲା। ଶେଷରେ ଜଗନ୍ନାଥ ମନ୍ଦିରରେ ସମସ୍ତ ଭକ୍ତ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ। ଦିନକୁ ଦିନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର କମି ଯାଉଥିବାରୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ଏଭଳିି ଏକ ନିଆରା ପଦକ୍ଷେପକୁ ସାଧାରଣରେ ବହୁ ପ୍ରଶଂସା କରାଯାଇଛି।

Share