Categories: ଜାତୀୟ

ମାସେ ପାରୋଲରେ ଯିବେ ରାମ ରହିମ

ସିରସା,୧୭।୬: ହରିଆଣାର ପଞ୍ଚକୁଲା ବଳାତ୍କାର ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ରାମ ରହିମଙ୍କୁ ଏକ ମାସ ପାଇଁ ପାରୋଲରେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି ବୋଲି ରୋହତକ ଜେଲର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ତେବେ ଶୁକ୍ରବାର ସେ ଜେଲ୍‌ରୁ ବାହାରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୭ରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାମ ରହିମ ହରିୟାଣାର ରୋହତକର ଏକ ଜେଲ୍‌ରେ ରହିଛନ୍ତି। ୨୦୦୨ ରେ ତାଙ୍କ ମ୍ୟାନେଜରଙ୍କୁ ହତ୍ୟା ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯଦିଓ ଗୁରୁମିତ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରଥମ ଥର ପାଇଁ ପାରୋଲ ଦିଆଯାଇଛି। ତେବେ ଏହାପୂର୍ବରୁ ଡେରା ମୁଖ୍ୟ ୪ଥର ଜେଲ୍‌ରୁ ବାହାରି ସାରିଛନ୍ତି। ଫେବୃଆରୀରେ ତାଙ୍କୁ ତିନି ସପ୍ତାହ ପାଇଁ ଛୁଟି ଦିଆଯାଇଥିଲା।

Share