Categories: ଜାତୀୟ

ରାମ ରହୀମଙ୍କୁ ପୁଣି ମିଳିଲା ପାରୋଲ, ୨୧ ଦିନ ପାଇଁ ଜେଲରୁ ବାହାରକୁ ଆସିବେ

ଲକ୍ଷ୍ନୌ,୨୦।୧୧: ବଳାତ୍କାର ମାମଲାରେ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ପୁଣି ଜେଲରୁ ବାହାରକୁ ଆସିବାକୁ ଯାଉଛନ୍ତି। ରାମ ରହୀମଙ୍କୁ ୨୧ ଦିନ ପାଇଁ ପାରୋଲ ମିଳିଛି। ରାମ ରହୀମ ୟୁପିର ବାଗପତର ବରନାଓ୍ବା ଆଶ୍ରମରେ ୨୧ ଦିନ ବିତାଇବେ। ତାଙ୍କ ପୋଷ୍ୟପୁତ୍ର ହରିପ୍ରୀତ ମଧ୍ୟ ଡେରା ମୁଖ୍ୟଙ୍କ ସହିତ ଆସିବାର ସମ୍ଭାବନା ରହିଛି। ତେବେ ଆଶ୍ରମରେ ପହଞ୍ଚିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

Share