Categories: ଜାତୀୟ

୨୧ ଦିନର ଛୁଟି ସାରି ଜେଲକୁ ଫେରିଲେ ରାମରହିମ

ଗୁରୁଗ୍ରାମ,୧।୩: ଡେରା ସଚା ସୌଦା ମୁଖ୍ୟ ରାମ ରହିମ ୨୧ ଦିନର ଛୁଟି ସାରି ସୋମବାର ଜେଲ୍‌କୁ ଫେରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ରାମ ରହିମଙ୍କୁ ଗୁରୁଗ୍ରାମରୁ ରୋହତକର ସୁନାରିଆ ଜେଲ୍‌ ଅଣାଯାଇଥିଲା।

ପରିବାର ଲୋକଙ୍କୁ ଭେଟିବା ପାଇଁ ଫେବୃୟାରୀ ୭ତାରିଖରୁ କୋର୍ଟର ଅନୁମତି କ୍ରମେ ଛୁଟିରେ ଆସିଥିଲେ। ଆଶ୍ରମର ଦୁଇ ମହିଳା ଶିଷ୍ୟଙ୍କୁ ବଳାତ୍କାର ଏବଂ ହତ୍ୟା ଅଭିଯୋଗରେ କୋର୍ଟ ରାମରହିମଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି। ରାମ ରହିମଙ୍କ ପାଇଁ ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରୋ-ଖଲିସ୍ତାନୀ ସଂଗଠନ ପକ୍ଷରୁ ତାଙ୍କୁ ହତ୍ୟା ଧମକ ପରେ ହରିୟାଣା ସରକାର ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇଥିଲେ।

Share