ରାମସହାୟ ପ୍ରସାଦ ଯାଦବ ହେଲେ ନେପାଳର ନୂତନ ଉପରାଷ୍ଟ୍ରପତି

କାଠମାଣ୍ଡୁ,୧୭।୩: ମାଡେସି ନେତା ରାମସହାୟ ପ୍ରସାଦ ଯାଦବ ନେପାଳର ନୂତନ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ନେପାଳର ନିର୍ବାଚନ ଆୟୋଗ ଏହା ଘୋଷଣା କରିଛନ୍ତି। ତେବେ ନେପାଳର ଉପରାଷ୍ଟ୍ରପତି ପଦ ଲାଗି ଦୌଡ଼ରେ ଜନତା ସମାଜ ପାର୍ଟିରେ ରାମସହାୟ, ସିପିଏନ୍‌-ୟୁଏମ୍‌ଏଲ୍‌ରୁ ଅଷ୍ଟ ଲକ୍ଷ୍ମୀ ଶାକ୍ୟ, ଜନମତ ପାର୍ଟିର ପ୍ରମିଳା ଯାଦବ ଏବଂ ମମତା ଝା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ହେଲେ ରାମସହାୟଙ୍କୁ ନେପାଳ କଂଗ୍ରେସର ତିନୋଟି ମୁଖ୍ୟ ଦଳ, ସିପିଏନ-ମାଓବାଦୀ କେନ୍ଦ୍ର ଏବଂ ସିପିଏନ୍‌-ୟୁନିଫାଏଡ୍‌ ସୋସିଆଲିଷ୍ଟ ସମେତ ସାତୋଟି ଦଳର ସମର୍ଥନ ଥିଲା, ଯାହା ତାଙ୍କର ଉପରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଥିଲା।

Share