Posted inଜାତୀୟ

ଅହଂକାରୀଙ୍କୁ ଅଟକାଇଲେ ରାମ

ଜୟପୁର,୧୫ା୬: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସଭାରେ ‘୪୦୦ ପାର୍‌’ ସ୍ଲୋଗାନ ଦେଉଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ୨୪୦ ଆସନରେ ସୀମିତ ହୋଇ ରହିଯାଇଛି, ଯାହାକି ୨୦୧୯ ନିର୍ବାଚନ ତୁଳନାରେ ୬୩ କମ୍‌। ଏଭଳି ସ୍ଥିତିରେ ଭାଜପାକୁ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଢ଼ିବାକୁ ପଡ଼ିଛି। ଏହାକୁ ନେଇ ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଭାଜପାକୁ ଲଗାତର ଭାବେ ଟାର୍ଗେଟ କରିଆସୁଛି। ଅହଂକାର ଯୋଗୁ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିପାରିଲା ନାହିଁ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ସୋମବାର ନାଗପୁର ମୁଖ୍ୟାଳୟରେ ସମାଲୋଚନା କରିଥିଲେ। ଏହାର ୩ ଦିନ ପରେ ଜୟପୁରରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଆର୍‌ଏସ୍‌ଏସ୍‌ର ଇନ୍ଦ୍ରେଶ କୁମାର ଗୈରିକ ଦଳର ଅହଂକାରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଭଗବାନ ରାମ ଅଂହକାରୀଙ୍କୁ ୨୪୦ରେ ଅଟକାଇଦେଲେ ବୋଲି ସେ କହିଛନ୍ତି।
ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠୁ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ମଧ୍ୟରେ ସବୁକିଛି ଠିକ୍‌ ଚାଲୁ ନ ଥିବା ଚର୍ଚ୍ଚା ହେଉଛି। ରାଜସ୍ଥାନର ଜୟପୁରସ୍ଥିତ କନୋଟାରେ ଗୁରୁବାର ରାମରଥ ଅଯୋଧ୍ୟା ଯାତ୍ରା ଦର୍ଶନ ପୂଜନ ସମାରୋହରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ଯୋଗଦେଇ ଭାଜପାକୁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ଇନ୍ଦ୍ରେଶ କହିଛନ୍ତି, ଗଣତନ୍ତ୍ରରେ ରାମରାଜ୍ୟର ବିଧାନକୁ ଦେଖନ୍ତୁ। ରାମଙ୍କୁ ଭକ୍ତି କରୁଥିବା ଦଳ ସର୍ବବୃହତ୍‌ ଦଳରେ ପରିଣତ ହୋଇଥିଲା। କିନ୍ତୁ ସେମାନଙ୍କ ଅହଂକାର ଯୋଗୁ ଏହି ଦଳ ନିର୍ବାଚନରେ ୨୪୦ରେ ସୀମିତ ରହିଗଲା। ଭଗବାନ ରାମ ସେମାନଙ୍କୁ ଏତିକିରେ ଅଟକାଇଦେଲେ। ଏପରି କି ରାମ ‘ରାବଣ’ (ବିରୋଧୀ ଇଣ୍ଡିଆ ମେଣ୍ଟ)ର ମଧ୍ୟ ଭଲ କଲେ। ରାମଙ୍କ ବିରୋଧୀମାନେ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ହାସଲ କଲେ ବୋଲି କୌଣସି ଦଳର ନାଁ ନ ନେଇ ଇନ୍ଦ୍ରେଶ କହିଛନ୍ତି। ଏହା ପୂର୍ବରୁ ନାଗପୁରସ୍ଥିତ ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟରେ ଉଦ୍‌ବୋଧନ ଦେବା ଅବସରରେ ଭାଗବତ କହିଥିଲେ, ପ୍ରକୃତ ସେବକ ଅହଂକାରୀ ହୋଇପାରିବେ ନାହିଁ। ଲୋକଙ୍କ ସେବା କରିବାରେ ବିନମ୍ରତାକୁ ସେ ଗୁରୁତ୍ୱ ଦେଇଥିଲେ। ସେ ନିର୍ବାଚନ ବେଳେ ଧ୍ରୁବୀକରଣ ପ୍ରଚାର କୌଶଳକୁ ସମାଲୋଚନା କରିଥିଲେ। ଲୋକେ ପରସ୍ପରକୁ କାଦୁଅ ଫିଙ୍ଗି, ଟେକ୍ନୋଲୋଜିର ଦୁରୁପଯୋଗ କରିବା ସହ ମିଥ୍ୟା ପ୍ରଚାର କରିବାକୁ ପଛାଇନାହାନ୍ତି। ନିର୍ବାଚନ ବେଳେ ଏହା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ଭାଗବତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଜାତିଆଣ ହିଂସା ପ୍ରଭାବିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଆଇନଶୃଙ୍ଖଳା ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ପାଇଁ କହିଥିଲେ। ନିକଟରେ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ରାଜନୈତିକ ବିଶ୍ଳେଷକ ରତନ ଶାରଦା ମଧ୍ୟ ‘ଅର୍ଗାନାଇଜର୍‌’ର ଏକ ସ୍ତମ୍ଭରେ ନିର୍ବାଚନରେ ଭାଜପାର ପରାଜୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆର୍‌ଏସ୍‌ଏସ୍‌ର ସାପ୍ତାହିକ ମୁଖପତ୍ରରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସହ ଭାଜପାର ମେଣ୍ଟକୁ ସମାଲୋଚନା କରିଥିଲେ। ଏପରି ନିଷ୍ପତ୍ତି କାହିଁକି ନିଆଯାଇଥିଲା ବୋଲି ରତନ ନିଜ ଆଲେଖ୍ୟରେ ପ୍ରଶ୍ନ କରିଥିଲେ।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭାଜପା ୨୪୦ ଆସନ ଜିତିଛି, ଯାହାକି ମ୍ୟାଜିକ୍‌ ନମ୍ବର ୨୭୨ରୁ ୩୨ କମ୍‌। ଏଭଳି ସ୍ଥିତିରେ ମୋଦିଙ୍କ ଦଳ ସଂଯୁକ୍ତ ଜନତା ଦଳ (ଜେଡିୟୁ), ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ଶିବସେନା(ଶିନ୍ଦେ) ଓ ଅନ୍ୟ ଛୋଟ ଦଳଗୁଡ଼ିକ ସହଯୋଗରେ ତୃତୀୟ ଥର ସରକାର ଗଢ଼ିବାରେ ସକ୍ଷମ ହୋଇଛି। ଏହି ଦୃଷ୍ଟିରୁ ଆର୍‌ଏସ୍‌ଏସ୍‌ ନେତାଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri