ଅଯୋଧ୍ୟା,୨୬।୧୦: ଅଯୋଧ୍ୟା ଦୀପୋତ୍ସବ ପାଳନ ପରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମଙ୍ଗଳବାର ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ମନ୍ଦିର ନିର୍ମାଣ ଦେଖାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ପୂଜାର୍ଚ୍ଚନା ସହ ଦୀପୋତ୍ସବରେ ଭାଗ ନେଇଥିଲେ। ସେ ଯେଉଁ ମଞ୍ଚରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ, ଖବରଦାତାମାନଙ୍କୁ ସେଠାକୁ ନିଆଯାଇଥିଲା। ମନ୍ଦିରର ୫୦% ନିର୍ମାଣ ଶେଷ ହୋଇଥିବା ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ୍ ରାୟ କହିଛନ୍ତି। ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ପରେ ୨୦୨୪ ଜାନୁୟାରୀ ମକର ସଂକ୍ରାନ୍ତିରୁ ଏହା ଭକ୍ତମାନଙ୍କ ପାଇଁ ଖୋଲିବ ବୋଲି ସେ କହିଛନ୍ତି।