ରାମଙ୍କ ଆଖି ଖୋଲା ହେଲେ ଭାଙ୍ଗିଯିବ ଦର୍ପଣ, ଘଟିଥାଏ ଆଲୌକିକ ଘଟଣା

ଯୋଧ୍ୟା,୨୦।୧: ରାମଙ୍କୁ ନେଇ ଉତ୍ସବମୁଖର ସାରା ଦେଶ। ଅପେକ୍ଷାର ଅନ୍ତ କରି ଅଯୋଧ୍ୟାରେ ବିରାଜିବେ ରାମଲଲାଙ୍କ କିଶୋର ରୂପ। ଏହାରି ଭିତରେ ଜ୍ୟୋତିଷଙ୍କ ମତକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ରାମଙ୍କ ଆଖି ଖୋଲିବା ପରେ ସାମ୍ନାରେ ଥିବା ଦର୍ପଣ ଆପେ ଆପେ ଭାଙ୍ଗିଯାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହି ଆଲୌକିକ ଘଟଣାର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ।

ହିନ୍ଦୁଧର୍ମରେ ପ୍ରାଣ ପ୍ରତିଷ୍ଠା ହେଉଛି ଏକ ପବିତ୍ର ରୀତିନୀତି ଯାହାଦ୍ୱାରା ନିର୍ଜୀବ ପ୍ରତିମାଙ୍କୁ ସ୍ଥାପିତ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଏ। ବର୍ତ୍ତମାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂଜାର୍ଚ୍ଚନା ଜାରି ରହିଛି। ୨୨ରେ ଏହି ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ। ଏହି ରୀତିନୀତିରେ ନେତ୍ର ଅପସାରଣ ଓ ପ୍ରତିଫଳନ ନୀତି ମଧ୍ୟ ଅନ୍ତର୍ଭୁକ୍ତ। ପ୍ରାଣ ପ୍ରତିଷ୍ଠା ପରେ ବିଗ୍ରହଙ୍କୁ ଦର୍ପଣରେ ଦେଖାଯାଇଥାଏ। ଏହି ସମୟରେ ଦର୍ପଣ ଭାଙ୍ଗିଯାଇଥାଏ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ହୋଇଥାଏ।

କହିରଖୁଛୁ କି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୂର୍ତ୍ତିଙ୍କ ଆଖିରେ ପଟି ବନ୍ଧାଯାଇଥାଏ। ପରେ ହୋମଯଜ୍ଞ ହୋଇ ପ୍ରାଣଦାନ ପରେ ଆଖି ପଟି ଖୋଲାଯାଇଥାଏ। ଏ ସଂକ୍ରାନ୍ତରେ ଜ୍ୟୋତିଷମାନେ କହିଛନ୍ତି, ଯେତେବେଳେ ପିଲାଟିି ଗର୍ଭରୁ ଆସେ ସେତେବେଳେ ତା’ଆଖିକୁ ଆବୃତ୍ତ କରି ରଖାଯାଇଥାଏ। ଯେପରି ସେ ଆଲୋକ ଦେଖି ବିଚଳିତ ହେବ ନାହିଁ କି ଡରଯିବ ନାହିଁ। ସେହିଭଳି ପ୍ରାଣ ପ୍ରତିଷ୍ଠା ସମୟରେ ଭଗବାନଙ୍କ ପ୍ରତିମାକୁ ଏକ କପଡାରେ ବନ୍ଧା ଯାଇଥାଏ। ପୂଜା ପରେ ସେଥିରେ ଏକ ଉଜ୍ଜଳ ଆଲୋକ ସ୍ଥାପନ କରାଯାଏ। ପୂଜା ମଧ୍ୟରେ ନେତ୍ରୋମୁଲନ ବିଧି କରାଯାଏ ଯେଉଁଥିରେ ରାମଙ୍କ ଆଖି ପଟି ଖୋଲାଯାଇ ଆଖିରେ ମହୁ ଲଗାଯାଏ। ପରେ ଏଥିରେ କଜଳ ଲଗାଯାଏ।

ଏହି ରୀତିନୀତି ଓ ପ୍ରାଣ ପ୍ରତିଷ୍ଠା ସମୟରେ ଭଗବାନ ଶ୍ରୀରାମଙ୍କ ଆଖିକୁ ଏକ ଶକ୍ତି ଆସିଥାଏ। ମନ୍ତ୍ରଜପ ସମୟରେ ଆଖିରୁ ଆସୁଥିବା ଉଜ୍ଜଳ ରଶ୍ମୀ ଯୋଗୁ କୌଣସି କ୍ଷତି ନ ହେବା ପାଇଁ ସମ୍ମୁଖରେ ଦର୍ପଣ ରଖାଯାଏ। ଯେଉଁଥିରେ ଦର୍ପଣ ଆପେ ଭାଙ୍ଗିଯାଏ।

Share