Categories: ଜାତୀୟ

ରାମ ମନ୍ଦିର ତାଲା ଖୋଲିବା ରାଜୀବ ଗାନ୍ଧୀଙ୍କ ବଡ଼ ଭୁଲ ଥିଲା: ମଣି ଶଙ୍କର ଆୟାର…

ନୂଆଦିଲ୍ଲୀ,୨୪।୮ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଆତ୍ମଜୀବନୀ ’ମେମୋରିସ ଅଫ ଏ ମାଭେରିକ – ଦ ଫାଷ୍ଟ ଫିଫ୍ଟି ଇୟରର୍ସ (୧୯୪୧-୧୯୯୧)ରେ ଏପରି ଅନେକ କଥା ଲେଖିଛନ୍ତି, ଯାହା ବିବାଦୀୟ ହୋଇପାରେ ବୋଲି କୁହାଯାଉଛି। ଏହି ପୁସ୍ତକରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିଷୟରେ ଲେଖିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ତାଲା ଖୋଲିବା ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଅନୁମତି ଦେବା ରାଜୀବଙ୍କ ନିଷ୍ପତ୍ତି ଭୁଲ ଥିଲା।

ମୁଁ ଭାବୁଛି ବାବ୍ରି ମସଜିଦ ପ୍ରସଙ୍ଗ ସଠିକ ଭାବରେ ପରିଚାଳନା କରାଯାଇ ନାହିଁ। ରାମ ମନ୍ଦିରର ମୂଳଦୁଆ ଅନୁମତି ପ୍ରଦାନ ଏକ ବଡ଼ ଭୁଲ ଥିଲା। ରାଜୀବ ଗାନ୍ଧୀ ଆରକେ ଧାୱନଙ୍କୁ ପିଏମଓକୁ ଆଣି ଏକ ଭୟଙ୍କର ଭୁଲ କରିଥିଲେ। ଧାୱନ କାର୍ଯ୍ୟାଳୟର ରାଜନୀତିକରଣ କରିଥିଲେ।

ମଣି ଶଙ୍କର ଆୟାର କହିଛନ୍ତି, ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଜଣେ ପାଇଲଟ କିପରି ଦେଶ ଚଳାଇବାକୁ ସମର୍ଥ ହେବେ, କିନ୍ତୁ ଯେତେବେଳେ ତାଙ୍କର କାର୍ଯ୍ୟ କରିବାର ଶୈଳୀ ଦେଖିଲି ତାଙ୍କୁୁ ପ୍ରଶଂସା କରିବା ଆରମ୍ଭ କଲି।

Share