Categories: ଜାତୀୟ

ପାଶ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ମୋଦି ସରକାରରେ ମନ୍ତ୍ରୀ ଥିବା ରାମବିଳାଶ ପାଶ୍ୱାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁରୁବାର ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନେକ ନେତା ପାଶ୍ୱାନଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ପାଶ୍ୱାନଙ୍କ ପାର୍ଥିବ ଶରୀରକୁ ୧୨ ଜନପଥରେ ଥିବା ତାଙ୍କ ବାସଭବନକୁ ଅଣାଯାଇଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦତି, କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଗିରିରାଜ ସିଂ, ଡା. ହର୍ଷବର୍ଦ୍ଧନ ସମେତ ଅନେକ ବରିଷ୍ଠ ନେତା ଶେଷଦର୍ଶନ କରିଥିଲେ। ଏହାପରେ ପରେ ପାଶ୍ୱାନଙ୍କ ମୃତଶରୀର ପାଟନା ନିଆଯିବ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Share