Categories: ଜାତୀୟ

ଶନିବାର ହେବ ପାଶୱାନଙ୍କ ଅନ୍ତିମ ସଂସ୍କାର

ପାଟନା,୯ ।୧୦: କେନ୍ଦ୍ରମନ୍ତ୍ରୀ ତଥା ଏଲ୍‌ଜେପିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ରାମବିଳାସ ପାଶୱାନଙ୍କ ମର ଶରୀରକୁ ଶୁକ୍ରବାର ପାଟନା ନିଆଯାଇଛି । ସେଠାରେ ତାଙ୍କ ମର ଶରୀରକୁ ଶହୀଦ ପିର ଅଲ୍ଲି ଖାଁ ମାର୍ଗରେ ଥିବା ଏଲ୍‌ଜେପି କାର୍ଯ୍ୟାଳୟରେ ରଖାଯିବ । ଶୁକ୍ରବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ଦର୍ଶନ କରାଯିବ । ଶନିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, ଅସୁସ୍ଥ ଥିବା ପାଶୱାନଙ୍କର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ବେଳେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ଖବର ପୁଅ ଚିରାଗ ପାଶୱାନ ପ୍ରଥମେ ଦେଇଥିଲେ । ଏହାପରେ ଶୁକ୍ରବାର ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ଘରେ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବହୁ ନେତା ।

Share