ରମା ରମଣ ମହାନ୍ତି ନୂଆ ଡିଏମ୍‌ଇଟି

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ୍‌ ଟ୍ରେନିଂ(ଡିଏମ୍‌ଇଟି) ଭାବେ ଡା. ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା ୩୧ ତାରିଖରେ ଡିଏମ୍‌ଇଟି ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ନୂଆ ଡିଏମ୍‌ଇଟି ଦାୟିତ୍ୱ ନେବେ। ଡା. ମହାନ୍ତି ବର୍ତ୍ତମାନ ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଡିନ୍‌ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ନଭେମ୍ବରରୁ ଡିଏମ୍‌ଇଟି ଡା. ସିବିକେ ମହାନ୍ତି କାର୍ଯ୍ୟ କରୁଛନ୍ତି। କରୋନା ମାହାମାରୀକୁ ମୁକାବିଲା କରିବା ପାଇଁ ସରକାରଙ୍କ ମାର୍ଗଦର୍ଶନ କରିବା ସହ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଉପାଦେୟ ପରାମର୍ଶ ଦେଉଛନ୍ତି। ଏପରିକି ଓଡ଼ିଶାବାସୀଙ୍କୁ ମହାମାରୀ ବାବଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଦୀର୍ଘ ଅନୁଭୂତିକୁ ଅଧାର କରି ସରକାର ମଧ୍ୟ କୋଭିଡ୍‌ ମୁକାବିଲା ରଣନୀତି ପ୍ରସ୍ତୁତ କରିଛନ୍ତି। ଗତ ଏପ୍ରିଲ ୩୦ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର 

ପୁରୀ,୧୪ା୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ...

ଚାଷୀଙ୍କ ସହ ଖେଳିଲେ ସିଧା ପଠାଯିବ ଜେଲ, ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୧: ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଚାଷୀଙ୍କ ସ୍ବାର୍ଥରେ ବାଧା ଆଣିଲେ ଜେଲ ପଠାଯିବ। ସମବାୟ ସପ୍ତାହରେ ସମବାୟ ବିଭାଗରେ ଦୁର୍ନୀତିଗ୍ରସ୍ତ...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା...

ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଛାତ୍ରୀଛାତ୍ରଙ୍କ ପାଇଁ…

ଭୁବନେଶ୍ୱର,୧୪।୧୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ମାସିକ...

ମଧ୍ୟାହ୍ନଭୋଜନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୧: ମଧ୍ୟାହ୍ନଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା ୧ ଟଙ୍କା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ...

ଶିଶୁଦିବସ ପାଳନ ବେଳେ ଅଘଟଣ: ବକ୍ତବ୍ୟ ଦେଉଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସହ ଘଟିଲା ଏମିତି…

କଣ୍ଟାବାଞ୍ଜି,୧୪ା୧୧(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ଉପାନ୍ତ ତୁରେକେଲା  ଥାନା କୁଇବାହାଲ ଗ୍ରାମର ପଲ୍ଲୀ ବିକାଶ ପଞ୍ଚାୟତ ହାଇସ୍କୁଲରେ  ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri