Posted inଫୁରସତ

ରାମଚରଣଙ୍କ ଗେମ୍‌ ଚେଞ୍ଜର

ମୁମ୍ବାଇ: ସାଉଥ୍‌ ଅଭିନେତା ରାମଚରଣଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’କୁ ଓସ୍କାର ମିଳିବା ପରେ ତାହା ଏବେ ଟ୍ରେଣ୍ଡିଂରେ ରହିଛି। ଏଥିସହ ଅଭିନେତା ରାମଚରଣଙ୍କ ଲୋକପ୍ରିୟତା ଆହୁରି ବଢ଼ିଯାଇଛି। ତେବେ ସେ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ରାମଚରଣ ସୋମବାର ନିଜ ଜନ୍ମଦିନ ଅବସରରେ ତାଙ୍କ ଫିଲ୍ମର ନାମ ଘୋଷଣା କରିଛନ୍ତି। ଏନେଇ ରାମଚରଣ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ପୂର୍ବରୁ ତାଙ୍କ ଫିଲ୍ମର ନାମ ଥିଲା ଆର୍‌ସି ୧୫। ପରେ ନାଁ ବଦଳି ‘ଗେମ୍‌ ଚେଞ୍ଜର’ ରଖାଯାଇଛି। ଏସ୍‌. ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ଭାରତୀୟ ତେଲଗୁ ରାଜନୈତିକ ଥ୍ରିଲର ଉପରେ ଆଧାରିତ। ଏଥିରେ ତାଙ୍କ ସହ ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କୁ ଦେଖିବାକୁ ମିଳିବ। ଏଥିସହ ଫିଲ୍ମରେ ଅଞ୍ଜଳି, ସମୁଥିରାକାନି, ଏସ୍‌ଜେ ସୂର୍ଯ୍ୟ, ଶ୍ରୀକାନ୍ତ ଏବଂ ସୁନୀଲ ମଧ୍ୟ ଭିନ୍ନ ଚରିତ୍ରରେ ନଜର ଆସିବେ। ରାମଚରଣ ପୂର୍ବରୁ ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ଅଭିନୟ କରିଥିଲେ। ତେବେ ରାମଚରଣ ୨୦୦୭ରେ ଫିଲ୍ମ ‘ଚିରୁଥା’ ଜରିଆରେ ଫିଲ୍ମ ଜଗତରେ ଏଣ୍ଟ୍ରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri