Categories: ଜାତୀୟ

ରାମଲଲାଙ୍କ ଲଡୁ: ପୁଲଓ୍ବାମା କେଶର-କେରଳ କାଜୁ-ଅଷ୍ଟ୍ରେଲିଆ ବେସନ ଆଉ…

ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହେବ। ଏନେଇ ରାମଲଲାଙ୍କୁ ଲାଗିହେବାକୁ ଥିବା ଲଡୁ ପ୍ରସ୍ତୁତି ଜୋର୍‌ ସୋର୍‌ରେ ଜାରି ରହିଛି। ଲଡୁରେ ଜମ୍ମୁ-କଶ୍ମୀର ପୁଲଓ୍ବାମାର କେଶର ବ୍ୟବହୃତ ହୋଇଛି। ଏଥିରେ କେରଳର କାଜୁ, କିସମିସ୍‌ ଏବଂ ଅଳେଇଚ ବ୍ୟବହାର କରାଯାଇଛି। ସେହିପରି ଲଡୁ ତିଆରିର ବେଙ୍ଗାଲୁରୁର ଗୁଆଘିଅ ବ୍ୟବହାର ହୋଇଛି। ଲଡୁ ତିଆରିରେ ଅଷ୍ଟ୍ରେଲିଆର ରାଜା ବ୍ରାଣ୍ଡ୍‌ ବେସନକୁ ବ୍ୟବହାର କରାଯାଇଥିବାବେଳେ ଚିନି ଉତ୍ତରପ୍ରଦେଶ ଚିନିକଳରୁ ଆସିଛି। ଲଡୁକୁ ରଖିବା ପାଇଁ ପ୍ୟାକେଟ ପାଟନାରୁ ଆସିଥିବା କୁହାଯାଉଛି। ଏହାକୁ ରଘୁପତି ଲଡୁ ଭାବେ ବିତରଣ କରାଯିବ ବୋଲି ମହାବୀର ମନ୍ଦିର ଟ୍ରଷ୍ଟ୍‌ର ସଚିବ ଆଚାର୍ଯ୍ୟ କିଶୋର କୃଣାଳ ସୂଚନା ଦେଇଛନ୍ତି।

Share