ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍‌

ରାୟପୁର,୧୩।୮: ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ କାୟା ବିସ୍ତାର କରିଚାଲିଛି। ଏହିକ୍ରମରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପତ୍ନୀ ବୀଣା ସିଂହ କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ରମଣ ସିଂହ ଓ ତାଙ୍କ ପରିବାରର ସଦସ୍ୟ ହୋମ୍‌ ଆଇସୋଲେଶନ୍‌ରେ ଥିବା ନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି। ଏଥିସହ ଗତ କିଛି ଦିନରୁ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଯାଞ୍ଚ କରିବା ସହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ରମଣ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ରେ ବୁଧବାର ୪୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୪୯୮ରେ ପହଞ୍ଚିଛି।

Share