ନୂଆଦିଲ୍ଲୀ,୨୮।୪: ଟିସିଏସ୍ର ସଭାପତି (ଏଣ୍ଟରପ୍ରାଇଜ୍ ଗ୍ରୋଥ୍ ବିଜ୍ନେସ୍) କ୍ରିଷ୍ଣନ ରାମାନୁଜମ ଚଳିତ ଆର୍ଥିକ ବର୍ଷ ପାଇଁ ନାସ୍କମ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୧-୨୨ରେ ସେ ନାସ୍କମ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସଫ୍ଟଓ୍ବେର ଓ ସେବା କମ୍ପାନୀଗୁଡ଼ିକର ଜାତୀୟ ସଂଘ (ନାସ୍କମ୍) ହେଉଛି ଭାରତରେ ପ୍ରଯୁକ୍ତି ଶିଳ୍ପର ପ୍ରମୁଖ ବ୍ୟବସାୟ ସଂଘ ଓ ଚାମ୍ବର, ଯାହା ଅଧୀନରେ ୩୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ନାସ୍କମ୍ରେ ଷ୍ଟାର୍ଟଅପ୍ ସଂସ୍ଥାଠାରୁ ଆରମ୍ଭ କରି ବହୁଦେଶୀୟ କମ୍ପାନୀ ପର୍ଯ୍ୟନ୍ତ ଓ ଉପତ୍ାଦ, ସେବା, ଗ୍ଲୋବାଲ କାପାବିଲିଟି ସେଣ୍ଟରରୁ ଇଞ୍ଜିନିୟରିଂ ସଂସ୍ଥା ପର୍ଯ୍ୟନ୍ତ ବିବିଧ ବର୍ଣ୍ଣାଳୀର ସଦସ୍ୟ ରହିଛନ୍ତି। ୧୯୯୧ରେ କ୍ରିଷ୍ଣନ ଟିସିଏସ୍ରେ ଯୋଗଦେଇଥିଲେ।