ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ରାମାଫୋସାଙ୍କ ଉଦ୍ୟମ

କେପ୍‌ଟାଉନ,୧୮ା୫: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଙ୍ଗଳବାର କହିଛନ୍ତି ଯେ ତାଙ୍କ ରୁଷୀୟ ଓ ୟୁକ୍ରେନୀୟ ପ୍ରତିପକ୍ଷ ଏକ ଆଫ୍ରିକୀୟ ପ୍ରତିନିଧି ଦଳ ସହ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି। ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିସମାପ୍ତି ଦିଗରେ ପ୍ରତିନିଧି ଦଳ ଉଦ୍ୟମ କରିବ। ରାମାପୋସା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ ଏନେଇ ଆଲୋଚନା କରିଛନ୍ତି। ମସ୍କୋ ଓ କିଭ୍‌ରେ ଆଫ୍ରିକୀୟ ନେତାଙ୍କ ଶାନ୍ତି ମିଶନ ଆୟୋଜନ ଲାଗି ଦୁଇ ନେତା ସମ୍ମତି ଦେଇଛନ୍ତି। ଜାମ୍ବିଆ, ସେନେଗାଲ, କଙ୍ଗୋ, ଉଗାଣ୍ଡା ଓ ଇଜିପ୍ଟ ନେତାମାନେ ମଧ୍ୟ ରାମାଫୋସାଙ୍କ ମିଶନରେ ସାମିଲ ହେବାକୁ ଯୋଜନା କରିଛନ୍ତି। ପୁଟିନ୍‌ ଓ ଜେଲେନ୍‌ସ୍କି ଏନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ରାମାପୋସାଙ୍କୁ ସବୁଜ ସଙ୍କେତ ଦେଇଛନ୍ତି।

Share