ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡାଇରେକ୍ଟର ଅଫ୍ ମେଡିକାଲ ଏଜୁକେଶନ୍ ଆଣ୍ଡ୍ ଟ୍ରେନିଂ(ଡିଏମ୍ଇଟି) ଭାବେ ଡା. ରମାରମଣ ମହାନ୍ତି ଦାୟିତ୍ୱ ନେଇଛନ୍ତି। ଡିଏମ୍ଇଟି ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଥିବାବେଳେ ଡା. ରମାରମଣ ନୂଆ ଡିଏମ୍ଇଟି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଡିନ୍ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସୂଚନାଯୋଗ୍ୟ, ୨୦୧୯ ନଭେମ୍ବରରେ ଡିଏମ୍ଇଟି ଭାବେ ଦାୟିତ୍ୱ ନେଇଥିବା ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ଗତ ଏପ୍ରିଲ ୩୦ରେ ଶେଷ ହେବାର ଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ସରକାର ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲେ। କରୋନା ମାହାମାରୀକୁ ମୁକାବିଲା କରିବା ପାଇଁ ସେ ସରକାରଙ୍କ ମାର୍ଗଦର୍ଶନ କରୁଥିଲେ।