Categories: ଜାତୀୟ

ମାମୁଙ୍କୁ ଟକ୍କର ଦେବେ କଂଗ୍ରେସର ‘ହନୁମାନ’!

ଭୋପାଳ,୧୫।୧୦:  କଂଗ୍ରେସ ରବିବାର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସେ ତାଙ୍କ ଗଡ଼ ଛିନ୍ଦୱାଡାରୁ ନିର୍ବାଚନ ଲଢିବେ।
ଏହା ବ୍ୟତୀତ ଟେଲିଭିଜନ ଅଭିନେତା ବିକ୍ରମ ମସ୍ତଲଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଦଳ ତାଙ୍କୁ ବୁଦ୍ଧନିରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ୨୦୦୮ରେ ଆନନ୍ଦ ସାଗରଙ୍କ ଟେଲିଭିଜନ ସୋ ରାମାୟଣରେ ମସ୍ତଲ ପ୍ରଭୁ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ। ମସ୍ତଲଙ୍କ ବ୍ୟତୀତ ଗୁରୁମିତ ଚୌଧୁରୀ ଏହି ଶୋ’ରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବାବେଳେ ଦେବିନା ବାନାର୍ଜୀଙ୍କୁ ଦେବୀ ସୀତା ଭାବରେ ଦେଖିବାକୁ ମିଳିଥିଲା। ମସ୍ତାଲ ଚଳିତ ବର୍ଷ ଜୁଲାଇରେ ସର୍ବ ପୁରାତନ ରାଜନୈତିକ ଦଳରେ ଯୋଗ ଦେଇଥିଲେ। ରାମାୟଣ ବ୍ୟତୀତ ମସ୍ତଲ ଟପ ଗିୟର୍‌ (୨୦୨୨), ୱେବ ସିରିଜ ବ୍ୟାଟଲ ଅଫ ସାରାଗଡି (୨୦୧୭) ଏବଂ ଆଶ୍ରମ (୨୦୨୦) ରେ ମଧ୍ୟ ଅଭିନୟ କରିଛନ୍ତି।

Share