ପରମ୍ପରା,ସଂସ୍କୃତିକୁ ବଜାୟ ରଖିଛି ପୌରାଣିକ ନାଟକ: ରାମାୟଣ ଦେଖିବାକୁ ପ୍ରବଳ ଭିଡ଼

ରାଇକିଆ,୧୫।୧୦(ପ୍ରଦୀପ ବେହେରା): ଯୁଗ ବଦଳିଛି, ତଥାପି ଆଧୁନିକତାର ସ୍ପର୍ଶ ଛୁଇଁ ପାରିନି ପୌରାଣିକ ନାଟକର ସଂସ୍କୃତି ଓ ପରମ୍ପରାକୁ । ଏବେବି ଚମକ ବଜାୟ ରଖିଛି ପୌରାଣିକ ନାଟକ । କନ୍ଧମାଳ ଜିଲା ରାଇକିଆଠାରେ ଦଶହରା ପୂଜା ଅବସରରେ ରାମାୟଣ ନାଟକ ହୋଇଥିଲା । ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ନାଟକ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି । ଲୋକଙ୍କ ଏଥି ପ୍ରତି ଅହେତୁକ ଆଗ୍ରହ ପୌରାଣିକ ବିଷୟ ବସ୍ତୁ ଉପରେ ଆଧାରିତ ନାଟକ ପାଇଁ ଜନ ସାଧାରଣଙ୍କଠାରେ ଉତ୍ସାହ ପରିଲକ୍ଷିତ ହେଉଥିବା ଦର୍ଶାଉଛି । ତେଣୁ କମିଟି ପକ୍ଷରୁ ଲୋକଙ୍କ ମନୋରଞ୍ଜନ ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପୂଜା କମିଟି ସଭାପତି ସତ୍ୟବାନ ପାତ୍ର କହିଛନ୍ତି ।

Share