୩୩ ବର୍ଷ ପରେ ଛୋଟ ପରଦାକୁ ଫେରିବେ ରାମାୟଣର ସୀତା…

ମୁମ୍ବାଇ,୩୧।୫ : କିଏ ଅବା ଟିଭି ଅଭିନେତ୍ରୀ ଦୀପିକା ଚିଖାଲିୟାଙ୍କୁ ନ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ଶୋ ’ରାମାୟଣରେ ସୀତା ଭୂମିକାରେ ଅଭିନୟ କରିବା ପରେ ଏକ ଘରୋଇ ନାମ ପାଲଟିଥିଲେ। ଏହି ଶୋ ତାଙ୍କୁ ବହୁ ଖ୍ୟାତି ଦେଇଥିଲା। ସୀତାଙ୍କ ଭୂମିକା ପାଇଁ ଲୋକମାନେ ତାଙ୍କୁ ଜାଣିଥିଲେ। ଶେଷ ଥର ପାଇଁ ଦୀପିକାଙ୍କୁ ୧୯୯୦ରେ ଶୋ ‘ଦ ସୋଡ ଅଫ ଟିପୁ ସୁଲତାନ’ ରେ ଦେଖିବାକୁ ମିଳିଥିଲା। ଏବେ ୩୩ ବର୍ଷ ପରେ ସେ ପୁଣିଥରେ ଛୋଟ ପରଦାରେ ନଜର ଆସିବେ ।

ସେ ଧର୍ମପୁତ୍ର ନନ୍ଦିନୀ ନାମକ ଏକ ଶୋ କରୁଛନ୍ତି। ଶୋ’ର ଶୁଟିଂ ଆରମ୍ଭ ହୋଇଛି। ସେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି।

ଶୋ’ର ସେଟରୁ ଦୀପିକା ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସିରିଏଲର ଶୁଭ ମହୁରତ ସମୟର ଅଟେ। ସେଟରେ ନିର୍ମିତ ମନ୍ଦିରର ଫଟୋ ମଧ୍ୟ ସେ ଶେୟାର କରିଛନ୍ତି। ଏହି ଶୋ’ର ନିର୍ମାତା ନିଜେ ଦୀପିକା।

ବ୍ୟକ୍ତିଗତ ଜୀବନରେ ଦୀପିକା ୨୩ ନଭେମ୍ବର ୧୯୯୧ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ ହମେନ୍ତ ଟୋପିୱାଲାଙ୍କ ସହ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି।

Share