ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା: ଝିଅ ଗୁରୁତର

ବଲିଉଡ୍‌ ଅଭିନେତ୍ରୀ ରମ୍ଭା ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଛନ୍ତି। କିନ୍ତୁ ତାଙ୍କ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କାନାଡାରେ ରହୁଥିବା ରମ୍ଭା ସ୍କୁଲରୁ ଝିଅକୁ ଆଣିବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,’ପିଲାମାନଙ୍କୁ ସ୍କୁଲରୁ ଆଣିବା ପରେ ଆମ କାର ଛକ ନିକଟରେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା! ମୁଁ ଏବଂ ପିଲାମାନଙ୍କ ସହିତ ନାନୀ କାର୍‌ରେ ଥିଲେ। ଆମେ ସମସ୍ତେ ସୁରକ୍ଷିତ। ସାମାନ୍ୟ ଆହତ ହୋଇଛୁ। ଝିଅ ଶାଶା ଏବେ ବି ଡାକ୍ତରଖାନାରେ ଅଛନ୍ତି। ଦୟାକରି ଆମ ପାଇଁ ପ୍ରାର୍ଥନା କରନ୍ତୁ ।
‘ଜୁଡୱା’, ‘ବନ୍ଧନ’ ଏବଂ ‘ଘର ୱାଲି ବାହାର ୱାଲି’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ରାଜ୍‌ କରୁଥିବା ଅଭିନେତ୍ରୀ ରମ୍ଭା ଗତ ବର୍ଷ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ରମ୍ବା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ବଙ୍ଗାଳୀ, ଭୋଜପୁରୀ ଏବଂ ଇଂରାଜୀ ଫିଲ୍ମରେ କାମ କରିଛନ୍ତି। ୨୦୧୦ରେ ରମ୍ବା କାନାଡା ସ୍ଥିତ ଶ୍ରୀଲଙ୍କା ତାମିଲ ବ୍ୟବସାୟୀ ଇନ୍ଦ୍ରକୁମାରଙ୍କୁ ବିବାହ କରିଥିଲେ। ତାଙ୍କର ୨ ଝିଅ ଏବଂ ଗୋଟିଏ ପୁଅ ଅଛି।

Share