ଇସଲାମାବାଦ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଥିବା ଦାନିଶ୍ କାନେରିଆ ଏଭଳି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତ ସରକାରଙ୍କ ଅନୁମତି ଲୋଡ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି, ଯଦି ସୁଯୋଗ ମିଳେ ତେବେ ଅଯୋଧ୍ୟା ଆସି ରାମଲାଲାଙ୍କୁ ଦର୍ଶନ କରିବେ। ଅଯୋଧ୍ୟା ଏକ ଧାର୍ମିକ ସ୍ଥଳ, ଏବେ ସେ ଏଠାକୁ ଆସିବାକୁ ଚାହୁଁଥିବା ଟୁଇଟ୍ କରି କହିଛନ୍ତି। ସେ ଜଣେ ହିନ୍ଦୁ ଭାବେ ପ୍ରଭୁ ରାମଙ୍କ ପଥକୁ ଅନୁସରଣ କରୁଥିବା କହିଛନ୍ତି। ୩୯ ବର୍ଷ ବୟସ୍କ ଦାନିଶ୍ କିଛିଦିନ ତଳେ ବେଶ୍ ଚର୍ଚ୍ଚାରେ ଥିଲେ। ପାକିସ୍ତାନ କ୍ରିକେଟ ଟିମ୍ରେ ଭେଦଭାବ କରାଯାଉଥିବା ଅଭିଯୋଗ ହୋଇଥିଲା। ପୂର୍ବତନ କ୍ରିକେଟର ଶୋଏବ୍ ଅଖତର୍ ଟିମ୍ରେ ଦାନିଶ୍ଙ୍କ ପ୍ରତି ଅବିଚାର କରାଯାଉଥିବା କହିଥିଲେ। ଦାନିଶ୍ ପାକିସ୍ତାନ ପକ୍ଷରୁ ଖେଳୁଥିବା ଦ୍ୱିତୀୟ ହିନ୍ଦୁ କ୍ରିକେଟର। ସେ ୭୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି। ସେଥି ମଧ୍ୟରେ ୬୧ ଟେଷ୍ଟ୍ ଏବଂ ୧୮ଟି ଏକଦିବସୀୟ ମ୍ୟାଚ୍ ରହିଛି। ସେ ଟେଷ୍ଟ୍ରେ ୨୬୧ ଓ୍ବିକେଟ ନେଇଥିବାବେଳେ ଏକଦିବସୀୟରେ ୧୫ ଓ୍ବିକେଟ ହାସଲ କରିଛନ୍ତି।