ରାମଚଣ୍ଡୀ ମନ୍ଦିର ଦାନବାକ୍ସ ଅର୍ଥ ଆତ୍ମସାତ୍‌

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ମା’ରାମଚଣ୍ଡୀ ମନ୍ଦିର ଦାନବାକ୍ସରେ ଶ୍ରଦ୍ଧାଳୁମାନେ ଟଙ୍କା, ପଇସା , ସୁନା ରୁପା ଆଦି ଦାନ କରିଥାନ୍ତି। ସେହି ଦାନଅର୍ଥକୁ ଯାନିଯାତ୍ରା ଓ ମା’ଙ୍କ ସେବାରେ ଖର୍ଚ୍ଚ କରାଯାଇଥାଏ। ହେଲେ ଟ୍ରଷ୍ଟି ମନଇଛା ମା’ଙ୍କ ଦାନ ଓ ଆୟ ଅର୍ଥ ଘରେ ରଖି ଖର୍ଚ୍ଚ କରୁଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି। ୨ଦିନ ତଳେ ମା’ଙ୍କ ହୁଣ୍ଡି ଅର୍ଥକୁ ଟ୍ରଷ୍ଟି ନେଇଥିଲେ ା ହୁଣ୍ଡିକୁ ଖୋଲିବା ସମୟରେ ପରିଚାଳନା କମିଟି ସଦସ୍ୟ, ମନ୍ଦିର ସେବାୟତ , ସ୍ଥାନୀୟ ପୋଲିସଙ୍କ ଉପସ୍ଥିତରେ ଦାନ ଅର୍ଥ ଗଣିବା ନିୟମ ରହିଛି। ହେଲେ ଟ୍ରଷ୍ଟି ମଥୁରୀ ଚରଣ ସେନାପତି କାହାକୁ କିଛି ନ ଜଣାଇ ଦାନବାକ୍ସର ସମସ୍ତ ଅର୍ଥ ଘରକୁ ନେଇ ଥିବା ନେଇଥିଲେ ା ଏ ସଂକ୍ରାନ୍ତରେ ତାଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଉ ନ ଥିବା ଅଭିଯୋଗ ହୋଇଛି ା ଦାନ ଅର୍ଥ ଓ ଝାମୁ ଯାତ୍ରାରେ ରାଜସ୍ବ ଆୟର ହିସାବ ପରିଚାଳନା କମିଟି ସଦସ୍ୟମାନଙ୍କୁ ଦିଆଯାଉନାହିଁ ା ସେ ମନଇଚ୍ଛା ଖର୍ଚ୍ଚ କରିବାକୁ ନେଇ ମା’ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି ା ଏ ସଂକ୍ରାନ୍ତରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନା ପକ୍ଷରୁ ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ସୋମବାର ରାଜ୍ୟ ଏଣ୍ଡାମେଣ୍ଟ କମିଶନରଙ୍କ ଉଦ୍ଦେଶ୍ୟରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ମା’ରାମଚଣ୍ଡୀ ଝାମୁ ଯାତ୍ରା ମେଳାରୁ ୧୦ଲକ୍ଷ ଟଙ୍କାରୁ ଅଧିକ ରାଜସ୍ବ ଆଦାୟ ହୋଇଥିଲା। ଟ୍ରଷ୍ଟି ସମସ୍ତ ଅର୍ଥ ମା’ଙ୍କ ଜମା ଖାତାରେ ରଖିବାର ବ୍ୟବସ୍ଥା ଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଥିଲା। ଏ ନେଇ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଟ୍ରଷ୍ଟି ତରବରିଆ ଭାବେ ୩ ଲକ୍ଷ ଟଙ୍କା ମା’ରାମଚଣ୍ଡୀଙ୍କ ବ୍ୟାଙ୍କ ଖାତାରେ ଜମା କରିଥିଲେ। ଅବଶିଷ୍ଟ ଅର୍ଥ ଟ୍ରଷ୍ଟିଙ୍କ ହେପାଜତରେ ଥିବା କୁହାଯାଇଛି। ଏ ନେଇ ମନ୍ଦିର ଟ୍ରଷ୍ଟି ସେନାପତି କହିଛନ୍ତି, କାହାକୁ ନ ଜଣାଇ ଦାନବାକ୍ସ ନେବା ମୋର ଭୁଲ ଥିଲା ବୋଲି ସେ ସ୍ବୀକାର କରିଛନ୍ତି ା ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ କହିଛନ୍ତି, ମନ୍ଦିର ପରିଚାଳନାରେ ତ୍ରୁଟି ହୋଇଛି ା ଏ ନେଇ ଟ୍ରଷ୍ଟିଙ୍କ ସହିତ ଆଲୋଚନା କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri