ରାମଚରିତମାନସ ପାଠ ଦୁନିଆର ସବୁଠାରୁ ଲମ୍ବା ଗୀତ: ଜଗଦୀଶ ପିଲ୍ଲାଇ କଲେ ବିଶ୍ୱ ରେକର୍ଡ…

ବାରାଣସୀ,୨୫।୫ : ଗୋଟିଏ ପଟେ ରାମଚରିତମାନସଙ୍କ ସମ୍ପର୍କରେ ରାଜନୈତିକ କରିଡରରେ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଧାର୍ମିକ କାଶୀ ସହରରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୧୩୮ ଘଣ୍ଟାରେ ୧୫ ହଜାରରରୁ ଅଧିକ ଚୌପାଇ ଗୁଡ଼ିକୁ ସଜାଇ ସେଦୁନିଆର ସବୁଠାରୁ ଲମ୍ବା ଗୀତ ତିଆରି କରିଛନ୍ତି ୧ ଏହି ଅବସରରେ ଜଗଦୀଶ ପିଲ୍ଲାଇଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉତ୍ତରପ୍ରଦେଶ ସରକାରର ଜଣେ ମନ୍ତ୍ରୀ ଦିନା ଶଙ୍କର ମିଶ୍ର ମଧ୍ୟ ପହଞ୍ଚିଥିଲେ। ଏହି ରାମଚରିତମାନସର ଏହି ଗୀତ ଶୁଣିଥିଲେ।

ଡକ୍ଟର ଜଗଦୀଶ ପିଲ୍ଲାଇ ବାରାଣସୀର ଜଣେ ଲେଖକ ଏବଂ ଗବେଷକ ଅଟନ୍ତି। ସେ ପୂର୍ବରୁ ଅନ୍ୟ କେତେକ ରେକର୍ଡ ସୃଷ୍ଟି କରିଛନ୍ତି। କିନ୍ତୁ ଏଥର ତାଙ୍କ ରେକର୍ଡକୁ ନେଇ ଅନେକ ଆଲୋଚନା ହେଉଛି। ଏଥର ରାମଚରିତ ମାନସର ଅଡିଓ ପଠନ ଗୀତ, ଯାହାକି କ୍ରମାଗତ ଭାବରେ ୧୩୮ ଘଣ୍ଟା, ୪୧ ମିନିଟ ୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା। ଏହା ଦୁନିଆର ସବୁଠାରୁ ଲମ୍ବା ଗୀତ ହୋଇପାରିଛି । ଯେଉଁଥିରେ ଗିନିଜ ୱାଲର୍‌ଡ ରେକର୍ଡ ମଧ୍ୟ ମୋହର ଲଗାଇଛି। ଏହାପୂର୍ବରୁ ଇଂଲଣ୍ଡର ମ୍ୟୁଜିକ ବ୍ୟାଣ୍ଡ ନାମରେ ଏକ ୧୧୫ ଘଣ୍ଟା ୪୫ ମିନିଟର ରେକର୍ଡ ଥିଲା ।

ଆପଲ ମ୍ୟୁଜିକ, ସ୍ପୋଟିଫ, ଆମାଜନ ମ୍ୟୁଜିକ ଇତ୍ୟାଦି ବିଶ୍ୱର ଅଫିସିଆଲ ମ୍ୟୁଜିକ ଚ୍ୟାନେଲଗୁଡିକ ଏହି ଗୀତକୁ ୧୦୦ ରୁ ଅଧିକ ପ୍ଲାଟଫର୍ମରେ ପ୍ରସାରିତ କରିଛନ୍ତି ।

Share