ଭାଜପାରେ ଯୋଗଦେବେ କି କଙ୍ଗନା, ଉତ୍ତରରେ କହିଲେ ଏମିତି

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କ ଅଫିସ ଭଙ୍ଗାଯିବା ପରେ ମର୍ମାହତ ଅଛନ୍ତି କଙ୍ଗନା। କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ କଙ୍ଗନାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ତାଙ୍କୁ ଭାଜପାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ହେଁ କଙ୍ଗନା ନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ କଙ୍ଗନାଙ୍କ ମା’ ଟୁଇଟ୍‌ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅକୁ ଯଦି ସୁରକ୍ଷା ଯୋଗାଇ ଦିଆଯାଇ ନ ଥାନ୍ତା, ତେବେ ତାଙ୍କ ସହ କିଛି ବି ଘଟିଥାଆନ୍ତା ବୋଲି କଙ୍ଗନାଙ୍କ ମା ଟୁଇଟରରେ ଲେଖିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମଦାସ ମଧ୍ୟ ଟୁଇଟ୍‌ ଯୋଗେ କଙ୍ଗନାଙ୍କୁ ଭେଟିଥିବା ଓ ସେ ରାଜନୀତି ନିମନ୍ତେ ଅନାଗ୍ରହ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଗୃହ ମନ୍ତ୍ରୀଙ୍କ ଚିଠି ଲେଖିଥିଲେ। ପରେ ତାଙ୍କୁ ଓ୍ବାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏଥିପାଇଁ ସେ ଶାହା ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଉଠିଥିଲା।

Share