Categories: ଜାତୀୟ

ରାମଦାସ ଅଠୱାଲେଙ୍କୁ କରୋନା

ମୁମ୍ବାଇ,୨୭।୧୦:ରିପବ୍ଲିକାନ ପାର୍ଟି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନ ପୂର୍ବରୁ ରାମଦାସ ଅଭିନେତ୍ରୀ ପାୟଲ ଘୋଷଙ୍କୁ ଆରପିଆଇର ସଦସ୍ୟତା ପ୍ରଦାନ କରିଥିଲେ। ଏହାପରେ ତାଙ୍କ ଶରୀରରେ ଯନ୍ତ୍ରଣା ଏବଂ କଫ ସମସ୍ୟା ଆରମ୍ଭ ହୋଇଥିଲା। ସେ କରୋନା ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେବେ ପାୟଲ ଏବଂ ସେଦିନ ମିଶ୍ରଣ ପର୍ବରେ ସାମିଲ ଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। କିନ୍ତୁ ଏପର୍ଯ୍ୟନ୍ତ ସେନେଇ ସ୍ପଷ୍ଟ କରାଯାଇ ନାହିଁ। ସୂଚନାଯୋଗ୍ୟ, ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ।

Share