Categories: ଜାତୀୟ

ରାହୁଲଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଚେନ୍ନାଇ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ସମୟରେ ‘ଆମେ ଦୁଇ, ଆମର ଦୁଇ’ କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରୁଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଏହି ନାରା ଉପରେ ପ୍ରତିକ୍ରିୟା ରଖି ତାଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ରାହୁଲ ‘ହମ୍‌ ଦୋ, ହମାରେ ଦୋ’ ସ୍ଲୋଗାନ ଦେଉଛନ୍ତି। ଏହା କରିବାକୁ ହେଲେ ରାହୁଲଙ୍କୁ ବିବାହ କରି ନେବା ଉଚିତ। ଯଦି ସେ ପଛୁଆ ବର୍ଗର ଯୁବତୀଙ୍କୁ ବିବାହ କରୁଛନ୍ତି ତେବେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ପୂରଣ ହେବ। ଜାତିବାଦ ଶେଷ ହେବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ରାହୁଲ କହିଥିଲେ କୃଷି ଆଇନ ଲାଗୁ ହେବା ପରେ ଭାରତର କୃଷକ, ଶ୍ରମିକ, ବ୍ୟବସାୟୀଙ୍କ କାମ ବନ୍ଦ ହୋଇଯିବ। କୃଷକମାନେ ଜମି ହରାଇବେ। ଉପଯୁକ୍ତ ଦାମ ମିଳିବ ନାହିଁ। ଦେଖିବାକୁ ଗଲେ ପରିବାର ନିୟୋଜନ ଲାଗି ଆମେ ଦୁଇ ଆମର ଦୁଇ ସ୍ଲୋଗାନ ଥିଲା। ଏବେ ଏହାର ନୂଆ ରୂପ ଦେଖିବାକୁ ମିଳଛି। ଏହି ଦେଶକୁ ୪ଜଣ ଲୋକ ଚଲାଉଛନ୍ତି। ଏପରିକି ସରକାରଙ୍କ ନାରା-ଆମେ ଦୁଇ ଆମର ଦୁଇ ବୋଲି ସେ କହିଥିଲେ।

 

Share