ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା, ୧୩।୧୦:  ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି କୁହାଯାଉଛି। ଏଠାରେ ଆଶ୍ରମର ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାର ୨୨ ସେକେଣ୍ଡର ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ହଠାତ୍‌ ହାତୀଟି ହଲଚଲ ହେବାରୁ ନିୟନ୍ତ୍ରଣ ହରାଇ ରାମଦେବ ତଳକୁ ଖସିପଡ଼ିଥିଲେ। ତେବେ ଏହି ଘଟଣାରେ ରାମଦେବଙ୍କୁ କୌଣସି ଆଘାତ ହୋଇ ନ ଥିବା କୁହାଯାଉଛି।

Share